ପ୍ରମୁଖ ଖବର
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

କୋଟାରେ ନିଟ୍‌ ଆଶାୟୀ ଛାତ୍ରୀ ନିଖୋଜ, ଏପ୍ରିଲ ୨୧ରେ ପରୀକ୍ଷା ଦେବାକୁ ଯାଇ ଫେରିନାହାନ୍ତି..

କୋଟା,୨୯/୦୪: ରାଜସ୍ଥାନର କୋଚିଂ ହବ୍‌ କୋଟାରେ ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସିବାରେ ଲାଗିଛି । ସଦ୍ୟ ଘଟଣାରେ ଜଣେ ନିଟ୍‌ ଆଶାୟୀ ଛାତ୍ରୀ ନିଖୋଜ  ହୋଇଯାଇଛନ୍ତି । ତାଙ୍କ ନାମ ତୃପ୍ତି ସିଂହ (୨୦) । ଘର ଉତ୍ତର  ପ୍ରଦେଶର କୁଶିନଗରରେ। 

ଖବର ମୁତାବକ ତୃପ୍ତି ଏପ୍ରିଲ  ୨୧ରେ ପରୀକ୍ଷା ଦେବାକୁ  ଯାଇଥିଲେ । ଏହାପରେ  ସେ କୋଟାସ୍ଥିତ  ଗୋବ୍ରିୟା ବାଭ୍‌ଡିଠାରେ  ଥିବା ତାଙ୍କ ହଷ୍ଟେଲକୁ  ଆଉ ଫେରିନାହାନ୍ତି ।  ଗତ ୨୩ ତାରିଖରେ  ଏ ନେଇ ଥାନାରେ ଏକ  ନିଖୋଜ ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ ଏ ପର୍ଯ୍ୟନ୍ତ  ତାଙ୍କର ଖୋଜଖବର ପାଇନାହିଁ । ଘଟଣା ବାବଦରେ ତୃପ୍ତିଙ୍କ  ପରିବାର ଲୋକଙ୍କୁ ଅବଗତ କରାଯାଇଛି । ପୁଲିସ ବସ୍‌ ଷ୍ଟେସନ  ଓ ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ୍‌  ଯାଞ୍ଚ କରି ତନାଘନା ଚଳାଇଛି । 

ଚଳିତ ସପ୍ତାହ ଆରମ୍ଭରେ  ଜଣେ ୧୯ ବର୍ଷୀୟା ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଥିଲେ ।  ଏହାକୁ ମିଶାଇ ଚଳିତବର୍ଷ ଜାନୁଆରୀରୁ କୋଟାରେ ୭  ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଲାଣି । ୨୦୨୩ରେ କୋଟାରେ  ୨୬ ଆତ୍ମହତ୍ୟା ମାମଲା ରେକର୍ଡ ହୋଇଥିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.