ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଭାରତରେ ବିଶ୍ୱର ୧୭% ଲୋକଙ୍କୁ ମାତ୍ର ୪% ଜଳ: ୨୦୫୦ ସୁଦ୍ଧା ୫୦% ଜିଲ୍ଲାରେ ଉତ୍କଟ ଜଳସଙ୍କଟ

ନୂଆଦିଲ୍ଲୀ,୨୩/୦୪: ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶ ଭାରତରେ ଜଳସଙ୍କଟ କ୍ରମେ ଗମ୍ଭୀର ରୂପ ନେଉଛି । ଆଗକୁ ଏହି ସମସ୍ୟା ଉତ୍କଟ ହେବାକୁ ଯାଉଛି । ଦେଶର କୃଷି କ୍ଷେତ୍ରରେ ଜଳଯୋଗାଣ ବ୍ୟବସ୍ଥା ସମ୍ପର୍କିତ  ଏକ ରିପୋର୍ଟ ଅନୁସାରେ, ୨୦୫୦ ସୁଦ୍ଧା ୫୦ ପ୍ରତିଶତରୁ  ଅଧିକ ଜିଲ୍ଲାରେ ଭୟଙ୍କର ଜଳସଙ୍କଟ ଦେଖାଯିବ ।  ଡିସିଏମ୍‌ ଶ୍ରୀରାମ ଏବଂ ସତ୍ୱ ନଲେଜ୍‌ର ଏକ ଗବେଷଣା ରିପୋର୍ଟରେ କୁହାଯାଇଛି, ୨୦୫୦ ସୁଦ୍ଧା ଦେଶରେ ପ୍ରତି  ବ୍ୟକ୍ତିଙ୍କ ଜଳ ଆବଶ୍ୟକତା ୩୦% ବଢ଼ିବାର ସମ୍ଭାବନା  ରହିଛି । କିନ୍ତୁ ଦେଶର ଜନସଂଖ୍ୟା ବୃଦ୍ଧି ଏବଂ ସମ୍ବଳ ହ୍ରାସ  ଯୋଗୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ଜଳର ଉପଲବ୍ଧତା ୧୫%  କମିପାରେ । ପାଣିର ଆବଶ୍ୟକତା ବୃଦ୍ଧି ଏବଂ ଯୋଗାଣ ହ୍ରାସ  ଯୋଗୁ ଏହି ସନ୍ତୁଳନ ବିଗିଡ଼ିପାରେ । ଏଥିଯୋଗୁ ଦେଶର  ୫୦% ଜିଲ୍ଲା ଭୟଙ୍କର ଜଳସଙ୍କଟର ସାମ୍‌ନା କରିବେ । 

ରିପୋର୍ଟରେ ଆହୁରି କୁହାଯାଇଛି, ଦେଶରେ ଜଳ ସଙ୍କଟ  ପଛରେ କୃଷି କ୍ଷେତ୍ର ସବୁଠୁ ବଡ଼ କାରଣ । କୃଷି ପ୍ରଧାନ ଦେଶ  ହୋଇଥିବାରୁ ମୋଟ ଜଳର ୮୦ରୁ ୯୦% ଭାଗ ଚାଷରେ  ବ୍ୟବହାର ହେଉଛି । ଏଥିସହ ଘରୋଇ ଏବଂ ଶିଳ୍ପ କ୍ଷେତ୍ରରେ  ଜଳର ପ୍ରୟୋଗ ମଧ୍ୟ ବଢ଼ୁଛି । ଏହି ଟ୍ରେଣ୍ଡ୍‌ ୨୦୨୫ରୁ ୨୦୫୦  ପର୍ଯ୍ୟନ୍ତ ଜାରି ରହିବ । ଭାରତର ମୋଟ ଫସଲ ଉତ୍ପାଦନର  ୯୦% ହେଉଛି ୩ ଫସଲ ଯଥା:- ଧାନ, ଆଖୁ ଏବଂ ଗହମ ।  ଦେଶର ଅଧିକାଂଶ ଚାଷୀ ସର୍‌ଫେସ୍‌ ଇରିଗେସନ ବା ପୃଷ୍ଠଭୂମି  ଜଳସେଚନ କରିଥା’ନ୍ତି । ଏଥିରେ ଜଳ ଉପଯୋଗ ଦକ୍ଷତା  ୩୫% ହୋଇଥାଏ । ଯଦି ଜଳସେଚନକୁ ପୂର୍ଣ୍ଣ ଦକ୍ଷତାର ସହ  ବ୍ୟବହାର କରାଯାଏ ତେବେ ଏଥିରେ ୨୦% ଜଳ ସଂରକ୍ଷିତ  ହୋଇପାରିବ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି ।  

ଆଡ୍‌ଭାନ୍ସ ୱାର ଏଫିସିଏନ୍ସି ଇନ୍‌ ଇଣ୍ଡିଆନ୍‌ ଏଗ୍ରିକଲ୍‌ଚର ରିପୋର୍ଟ  ଅନୁସାରେ, ଭାରତରେ ଦୁନିଆର ୧୭% ଜନସଂଖ୍ୟା ବାସ  କରନ୍ତି । କିନ୍ତୁ ଆମ ଦେଶରେ ଦୁନିଆରେ ଥିବା ପାଣିର ମାତ୍ର ୪%  ହିଁ ରହିଛି । ପ୍ରତି ବ୍ୟକ୍ତିଙ୍କ ପାଇଁ ଜଳ ଉପଲବ୍ଧତାକୁ ମାପୁଥିବା ଫ୍ଲେଙ୍କେନ୍‌ମାର୍କ ଇଣ୍ଡେକ୍ସ ଅନୁସାରେ, ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ୧,୭୦୦ କ୍ୟୁବିକ୍‌ ମିଟରରୁ କମ୍‌ ଜଳ ଥିବା ସ୍ଥାନକୁ ଜଳସଙ୍କଟ  ଗ୍ରସ୍ତ ବୋଲି ବିବେଚନା କରାଯାଏ । ଏହି ସୂଚକାଙ୍କ ମୁତାବକ, ୭୬% ଭାରତୀୟଙ୍କ ପାଖରେ ଏବେ ବି ପର୍ଯ୍ୟାପ୍ତ ପାଣି ନାହିଁ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.