ପ୍ରମୁଖ ଖବର
  • ବଡ଼ବିଲ : ବାଇକରୁ ୭ ଲକ୍ଷ ଟଙ୍କା ଜବତ, ଜଣକୁ ଅଟକ ରଖିଛି ପୋଲିସ
  • ||
  • ଜି ଉଦୟଗିରି ଅଞ୍ଚଳରେ ହାତୀପଲ,ଫସଲ ନଷ୍ଟ ଭୟରେ ଚାଷୀ ଆଗୁଆ ଧାନ କାଟିଲେ
  • ||
  • ଗଞ୍ଜାମରେ ପୋଲିସ ହେପାଜତରୁ ହତ୍ୟାକାଣ୍ଡର ଆସାମୀକୁ ଖସାଇ ନେବାକୁ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି
  • ||
  • ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ASO ରେଣୁକା ଦେବୀଙ୍କୁ ୨ ବର୍ଷ କାରାଦଣ୍ଡାଦେଶ
  • ||
  • ବାରିପଦାରେ ବୁଲୁଥିଲା ଶିମିଳିପାଳର ବାଘ; କାବୁ କରିନେଲା ବନ ବିଭାଗ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

IPL 2024: ସୁପରଜାଏଣ୍ଟ୍‌ସ-ମୁମ୍ବାଇ ଇଣ୍ଡିଆନ ମୁକାବିଲା, ମନ୍ଥର ପିଚ୍‌ରେ ପେସ୍‌ ପରୀକ୍ଷା

ଲକ୍ଷ୍ନୌ,୩୦/୦୪: ଚଳିତ ଆଇପିଏଲର ୪୮ତମ ଲିଗ୍‌ ମୁକାବିଲାରେ ଘରୋଇ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାକୁ ଯାଉଛି ।୯ଟି ମ୍ୟାଚ ଖେଳି ମାତ୍ର ୬ ପଏଣ୍ଟ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ସମ୍ପ୍ରତି ‘କର ବା ମର’ ସ୍ଥିତିରେ ରହିଛି । ପ୍ଲେ-ଅଫ୍‌ରେ ପ୍ରବେଶ  କରିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ଶେଷ  ୫ଟି ମ୍ୟାଚ୍‌ରୁ ଅତି କମ୍‌ରେ ୪ଟି ମ୍ୟାଚ୍‌  ଜିତିବାକୁ ହେବ। ଫଳରେ ମଙ୍ଗଳବାର ସବୁ ତ୍ରୁଟି ସୁଧାରି ଦଳ ଶ୍ରେଷ୍ଠ ପ୍ରଦର୍ଶନ  କରିବାକୁ ପ୍ରୟାସ କରିବ । ସେହିପରି ସମାନ  ସଂଖ୍ୟକ ମ୍ୟାଚ୍‌ ଖେଳି ୧୦ ପଏଣ୍ଟ ହାସଲ  କରିସାରିଥିବା ସୁପରଜାଏଣ୍ଟ୍‌ସ ପୂର୍ବ ଆଧିପତ୍ୟ ଜାରି ରଖି ପ୍ଲେ-ଅଫ୍‌ ଆଡ଼କୁ  ଆଉ ପାଦେ ଆଗେଇବାକୁ ପ୍ରୟାସ କରିବ ।

ପୂର୍ବ ରେକର୍ଡ ଓ ବର୍ତ୍ତମାନର ଫର୍ମକୁ  ଦେଖିଲେ ମଙ୍ଗଳବାର ମଧ୍ୟ ସୁପରଜାଏଣ୍ଟ୍‌ସର ପଲା ଭାରି ରହିବା ସ୍ୱାଭାବିକ । ସୁପରଜାଏଣ୍ଟ୍‌ସର ଅଧିକାଂଶ ଖେଳାଳି ଫର୍ମରେ ରହିଛନ୍ତି । ଯୁବ  ପେସ୍‌ ବୋଲିଂ ବିସ୍ମୟ ମୟଙ୍କ ଯାଦବ ଫିଟ୍‌  ଘୋଷିତ ହୋଇଥିବାରୁ ସୁପରଜାଏଣ୍ଟ୍‌ସ ଶିବିରରେ ଉତ୍ସାହ ଭରି ଯାଇଛି । ମାତ୍ର ମୁମ୍ବାଇ ଇଣ୍ଡିଆନ୍ସ ସବୁ ବିଭାଗରେ ସଂଘର୍ଷ କରୁଛି । ଦଳରେ ଏକତାର ଅଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଥିବାବେଳେ ଷ୍ଟାଡ଼ିୟମ୍‌ ଭିତରେ ଦର୍ଶକଙ୍କ  କଟୁ ମନ୍ତବ୍ୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମନୋବଳ ଭାଙ୍ଗି ଦେଇଛି । ଯାହାର ପ୍ରଭାବ ଦଳ ଉପରେ ପଡ଼ୁଛି । ଗ୍ରାଉଣ୍ଡ ଭିତରେ ପାଣ୍ଡ୍ୟାଙ୍କ ପ୍ରତ୍ୟେକ ନିଷ୍ପତ୍ତି ନିଷ୍ଫଳ ସାବ୍ୟସ୍ତ  ହୋଇଛି । ଫଳରେ ତାରକା ଖେଳାଳିଙ୍କୁ  ନେଇ ଶକ୍ତିଶାଳୀ ଦଳ ରହିଥିଲେ ହେଁ ମୁମ୍ବାଇ  ଇଣ୍ଡିଆନ୍ସ ପାଇଁ ବିଜୟ ସ୍ୱପ୍ନ ହୋଇଯାଇଛି । 

ବୋଲିଂ ବିଭାଗର ଦୁର୍ବଳ ପ୍ରଦର୍ଶନ ଯୋଗୁଁ  ମୁମ୍ବାଇ ଇଣ୍ଡିଆନ୍ସକୁ ବାରମ୍ବାର ପରାଜୟର ସାମ୍ନା କରିବାକୁ ପଡ଼ୁଛି । ବିଶେଷ କରି  ବିଦେଶୀ ପେସ୍‌ ବୋଲରମାନେ ନିରାଶ କରିଛନ୍ତି । ଦିଲଶାନ ମଦୁଶଙ୍କା ଓ ଜାସନ  ବେହରନଡର୍ଫ ଆହତ ହୋଇ ଆଇପିଏଲ୍‌ରୁ ବାଦ ପଡ଼ିଥିବାବେଳେ ସେମାନଙ୍କ ସ୍ଥାନରେ ଦଳକୁ ଆସିଥିବା କ୍ୱେନା ମଫାକା ଓ ଲ୍ୟୁକ ଉଡ୍‌  ବିଫଳ ହୋଇଛନ୍ତି । ସେହିପରି ନୂଆନ ତୁଷାରା ୨ଟି ମ୍ୟାଚ୍‌ ଖେଳି ବ୍ୟୟ ବହୁଳ ସାବ୍ୟସ୍ତ  ହୋଇଛନ୍ତି ଓ ଗୋଟିଏ ହେଲେ ୱିକେଟ୍‌  ନେଇପାରି ନାହାନ୍ତି । କେବଳ ଯଶପ୍ରୀତ  ବୁମରାଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ  ନିର୍ଭର କରୁଛି । ସୁପରଜାଏଣ୍ଟ୍‌ସର ମଧ୍ୟ କ୍ରମ  ବ୍ୟାଟିଂ ବିଭାଗ ସାମାନ୍ୟ ଅସନ୍ତୁଳିତ ରହିଛି । ବାକି ସବୁ ବିଭାଗ ଚମତ୍କାର ପ୍ରଦର୍ଶନ କରୁଛନ୍ତି ।  

ମଙ୍ଗଳବାର ଉଭୟ ଦଳ ଏକାଦଶରେ  ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ଏକାନ୍ନା ଷ୍ଟାଡିୟମ୍‌ର ପିଚ୍‌ ଅନୁଯାୟୀ  ମୁମ୍ବାଇ ଇଣ୍ଡିଆନ୍ସ ବାମ ହାତି ସ୍ପିନର  କୁମାର କାର୍ତ୍ତିକେୟଙ୍କୁ ଖେଳାଇବା ଆଶା  କରାଯାଉଛି । ସେହିପରି ସୁପରଜାଏଣ୍ଟ୍‌ସ ମଙ୍ଗଳବାର ମୟଙ୍କ ଯାଦବଙ୍କୁ ଖେଳାଇବାକୁ ଯୋଜନା ରଖିଥିବାରୁ ମାଟ  ହେନରୀ ଏକାଦଶରୁ ବାଦ ପଡ଼ିବେ । ଫର୍ମ  ହରାଇଥିବା ଦେବଦତ୍ତ ପାଡ଼ିକଲଙ୍କ ସ୍ଥାନରେ  ଆଷ୍ଟନ ଟର୍ଣ୍ଣରଙ୍କୁ ସୁଯୋଗ ମିଳିପାରେ । 

ଏକାନ୍ନା ଷ୍ଟାଡ଼ିୟମ୍‌ର ପିଚ୍‌ ମନ୍ଥର  ରହିବ । ଏଠାରେ ୫ଟି ମ୍ୟାଚ୍‌ ଅନୁଷ୍ଠିତ  ହୋଇସାରିଛି । ଏପର୍ଯ୍ୟନ୍ତ କୌଣସି ଦଳ  ୨୦୦ ଅତିକ୍ରମ କରିନାହାନ୍ତି । ସୁପରଜାଏଣ୍ଟ୍‌ସ  ମଧ୍ୟ ଏକାଧିକ ସ୍ପିନର ନେଇ ଖେଳୁଛି ।  ମଙ୍ଗଳବାର ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ସମ୍ଭାବ୍ୟ ଏକାଦଶ

ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ  ଶର୍ମା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ତିଳକ  ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଟିମ ଡେଭିଡ୍‌, ନେହାଲ ୱଧେରା, ମହମ୍ମଦ ନବି, ପିୟୂଷ ଚାୱଲା,  କୁମାର କାର୍ତ୍ତିକେୟ, ଯଶପ୍ରୀତ ବୁମରା । (ଇମ୍ପାକ୍ଟ  ପ୍ଲେୟାର: ଆକାଶ ମଧୱାଲ୍‌, ଲ୍ୟୁକ ଉଡ୍‌) 

ସୁପରଜାଏଣ୍ଟ୍‌ସ: କ୍ୱିଣ୍ଟନ  ଡି କକ୍‌, କେ ଏଲ ରାହୁଲ(ଅଧିନାୟକ),  ମାର୍କସ ଷ୍ଟଇନିସ୍‌, ଦୀପକ ହୁଡ଼ା, ନିକୋଲାସ  ପୂରନ, ଆଷ୍ଟନ ଟର୍ଣ୍ଣର, ଆୟୂଷ ବାଦୋନି, କୃନାଲ୍‌  ପାଣ୍ଡ୍ୟା, ମୟଙ୍କ ଯାଦବ, ରବି ବିଷ୍ଣୋଇ, ମହସିନ  ଖାନ । (ଇମ୍ପାକ୍ଟ ପ୍ଲେୟାର: ୟଶ ଠାକୁର)।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.