ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

IPL 2024: ମୁଲ୍ଲନପୁରରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା

ମୁଲ୍ଲନପୁର,୧୮/୦୪: ଆଇପିଏଲ ୩୩ତମ ଲିଗ୍‌  ମୁକାବିଲାରେ ଘରୋଇ ପଞ୍ଜାବ କିଙ୍ଗ୍‌ସ ଓ ମୁମ୍ବାଇ  ଇଣ୍ଡିଆନ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌କୁ ନେଇ ଦର୍ଶକ ମହଲରେ ପ୍ରବଳ ଉତ୍ସାହ ବୃଦ୍ଧି ପାଇଛି । ଟିମ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମାଙ୍କୁ ସମର୍ଥନ କରିବା ପାଇଁ ଦର୍ଶକ ମୁଲ୍ଲନପୁର ଷ୍ଟାଡ଼ିୟମ୍‌ରେ ଗହଳି ଜମାଇବା ନିଶ୍ଚିତ । ପଏଣ୍ଟ ତାଲିକାରେ ଉଭୟ ଦଳର ପରିସ୍ଥିତି ସମାନ ରହିଛି  ଓ ବିଜୟ ପାଇଁ ସଂଘର୍ଷ କରୁଛନ୍ତି । ଗୁରୁବାର ବିଜୟ ସହ ଉଭୟ ଦଳ ପ୍ରଥମାର୍ଦ୍ଧ ଶେଷ କରିବାକୁ ଲକ୍ଷ୍ୟ  ରଖିଥିବାରୁ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ରହିବ ।  

ଯୁବ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସିନିୟରଙ୍କ କାର୍ଯ୍ୟକୁ ସରଳ କରି  ଦେଇଛି । ଗତ ସିଜନରେ ତିଳକ  ବର୍ମା ଓ ଅର୍ଶଦୀପ ସିଂହଙ୍କ ମଧ୍ୟରେ  ଜୋରଦାର ଲଢେଇ ଦେଖିବାକୁ  ମିଳିଥିଲା । ପ୍ରଥମ ମ୍ୟାଚ୍‌ରେ  ଅର୍ଶଦୀପଙ୍କ ଏକ ଘାତକ ୟର୍କର ବଲ୍‌ରେ ତିଳକ ଆଉଟ୍‌ ହୋଇଥିଲେ । ପଞ୍ଜାବ କିଙ୍ଗ୍‌ସ ଉକ୍ତ ମ୍ୟାଚ୍‌ ଜିତିଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଅର୍ଶଦୀପଙ୍କ ବଲ୍‌ରେ ବିଶାଳ ଛକାମାନ  ମାରି ତିଳକ ମ୍ୟାଚ୍‌ ଜିତାଇଥିଲେ । ଏଥର ମଧ୍ୟ ଉଭୟଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । 

ତଥାପି ରୋହିତଙ୍କୁ ନେଇ ମ୍ୟାଚ୍‌ର ରୋମାଞ୍ଚ ଶିଖର ଛୁଇଁବା  ନିଶ୍ଚିତ । ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷରେ ରୋହିତ ଅପରାଜିତ  ଶତକ ଅର୍ଜନ କରିଥିଲେ । ଗୁରୁବାର ମଧ୍ୟ ତାଙ୍କ ବ୍ୟାଟ୍‌ରୁ  ଏହିଭଳି ପ୍ରଦର୍ଶନ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି। ପୂର୍ବ ରେକର୍ଡକୁ ନେଇ ଏହି ମ୍ୟାଚ୍‌ର ପୂର୍ବାନୁମାନ କରିବା  କଷ୍ଟକର । ଉଭୟ ଦଳ ମଧ୍ୟରେ ସର୍ବଦା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌  ଦେଖିବାକୁ ମିଳିଛି । ଉଭୟ ଦଳ ପରସ୍ପରକୁ ୩୧ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ୧୬ଟି ଓ ପଞ୍ଜାବ କିଙ୍ଗ୍‌ସ ୧୫ଟି ମ୍ୟାଚ୍‌ ଜିତିଛନ୍ତି ।  

ମୁଲ୍ଲନପୁର ପିଚ୍‌ ପେସ୍‌ ବୋଲରଙ୍କୁ ସହାୟତା କରିବା ନିଶ୍ଚିତ । ଗ୍ରାଉଣ୍ଡ ମଧ୍ୟ ଯଥେଷ୍ଟ ବଡ଼ । ତେଣୁ ଗୁରୁବାର ଉଭୟ  ଦଳର ପେସ୍‌ ବୋଲର ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବେ। ମୁମ୍ବାଇ ଇଣ୍ଡିଆନ୍ସ ଯଶପ୍ରୀତ ବୁମରା, ଆକାଶ ମଧୱାଲ୍‌, ଗେରାଲ୍ଡ  କୋଏଜି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ଉପରେ ନିର୍ଭର କରୁଛି।  ମାତ୍ର ପଞ୍ଜାବ କିଙ୍ଗ୍‌ସର ପେସ୍‌ ବୋଲିଂ ବିଭାଗ ଅଧିକ ସନ୍ତୁଳିତ।  ଅର୍ଶଦୀପ ସିଂହ, କାଗିସୋ ରାବାଡା ଓ ହର୍ଷଲ ପଟେଲ ଘରୋଇ  ପରିବେଷର ଫାଇଦା ଉଠାଇବାକୁ ପ୍ରସ୍ତୁତ । ଗୁରୁବାର ଶିଖର ଧାୱନ ଖେଳିବେ  ନାହିଁ । ସେ ସମ୍ପ୍ରତି ଫିଟ ହୋଇ ନାହାନ୍ତି । ତେଣୁ  ପଞ୍ଜାବ କିଙ୍ଗ୍‌ସର ବ୍ୟାଟିଂ ବିଭାଗ ଅପେକ୍ଷାକୃତ ଦୁର୍ବଳ  ରହିବ । ମଧ୍ୟକ୍ରମ ବ୍ୟାଟରଙ୍କ ଉପରେ ଦଳ ନିର୍ଭର କରିବ । 

ସମ୍ଭାବ୍ୟ ଏକାଦଶ ଦଳ

ପଞ୍ଜାବ କିଙ୍ଗ୍‌ସ: ଅଥର୍ବ ତାଇଡ଼େ, ଜନି ବେୟାରଷ୍ଟୋ, ପ୍ରଭସିମରନ ସିଂହ,  ସାମ କରନ(ଅଧିନାୟକ), ଜିତେଶ ଶର୍ମା, ଶଶାଙ୍କ ସିଂହ, ଲାଏମ ଲିଭିଙ୍ଗଷ୍ଟୋନ, ଆଶୁତୋଷ ଶର୍ମା, ହରପ୍ରୀତ ବ୍ରାର,  ହର୍ଷଲ ପଟେଲ, କାଗିସୋ ରାବାଡା । (ଇମ୍ପାକ୍ଟ ପ୍ଲେୟାର: ଅର୍ଶଦୀପ ସିଂହ) । 

ମୁମ୍ବାଇ ଇଣ୍ଡିଆନ୍ସ: ଇଶାନ କିଷନ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ,  ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ତିଳକ ବର୍ମା, ଟିମ ଡେଭିଡ୍‌, ରୋମାରିଓ ସେପର୍ଡ, ମହମ୍ମଦ ନବି, ଶ୍ରେୟାସ ଗୋପାଳ,  ଯଶପ୍ରୀତ ବୁମରା, ଗେରାଲ୍ଡ କୋଏଜି । (ଇାମ୍ପାକ୍ଟ ପ୍ଲେୟାର: ଆକାଶ ମଧୱାଲ୍‌)।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.