ପ୍ରମୁଖ ଖବର
  • ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍‌କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବଙ୍କୁ ବଡ଼ ଆଶ୍ଵସ୍ତି, NBW ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ
  • ||
  • ବିଜେପି ଛାଡ଼ିଲେ ରମା ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ' ପାଇଁ ଟ୍ରାଫିକ୍‌ କଟକଣା, ଅପରାହ୍ଣ ସାଢ଼େ ୪ଟାରୁ ଏହି ସବୁ ରୁଟ୍‌ରେ ବନ୍ଦ ରହିବ ଗାଡ଼ି ଚଳାଚଳ
  • ||
  • କଂଗ୍ରେସ ପ୍ରଚାର ମଇଦାନରେ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଭୁବନେଶ୍ବର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ ଦୋକାନ
  • ||
  • ରଥଖଳା ହାଲ୍ଚାଲ୍, ୪୨ ତୁମ୍ବ ଗୋଲେଇ ଶେଷ, ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ
  • ||
  • IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ
  • ||
  • ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’
  • ||
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

କାଲିମେଳା ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ଦୁଇ ଗିରଫ

ମାଲକାନଗିରି/କାଲିମେଳା, ୨୯/୪ : ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସକୁ ମିଳିଛି ବଡ଼ ସଫଳତା।

ବହୁ ପରିମାଣର ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛନ୍ତି । ତଥ୍ୟ ମୁତାବକ ଗତକାଲି ରାତିରେ କାଲିମେଳା ପୋଲିସ କୁର୍ମାନୁର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମ ନିକଟରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଗ୍ରାମ ନିକଟ ଜଙ୍ଗଲରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବରପାଇ ଉକ୍ତ ଜଙ୍ଗଲରେ ଚଢଉ କରିଥିଲା । 

ସେହି ସମୟରେ ଦୁଇ ଜଣ ବ୍ୟକ୍ତି କିଛି ଗଞ୍ଜେଇ ବସ୍ତା ଧରି ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରିବା ପାଇଁ ପ୍ରସ୍ତୁତ ହୋଇଥିଲା । ଠିକ୍ ଏହି ସମୟରେ ପୋଲିସ ଗଞ୍ଜେଇ ସହ ଉକ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଉକ୍ତ ଗଞ୍ଜେଇ ବସ୍ତାମାନଙ୍କ ମଧ୍ୟରେ ମୋଟ ୩୫୦କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଅଭିଯୁକ୍ତ ଦୁଇଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ପୁଲିସ ଜଣାଇ ନାହିଁ । ତେବେ ଏ ସମ୍ବନ୍ଧରେ କାଲିମେଳା ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତଙ୍କୁ ପଚରାଉଚୁରା ଜାରି ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.