ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମାଆ ଚରଣ କୌର ପୁଣି ମନେ ପକାଇଲେ ପୁଅ ସିଦ୍ଧୁ ମୁସେୱାଲାଙ୍କୁ, ସେୟାର କଲେ ଇମୋସନାଲ ପୋଷ୍ଟ

ଚଣ୍ଡିଗଡ଼ : ଦିବଙ୍ଗତ ପଞ୍ଜାବୀ ଗାୟକ ଶୁଭଦୀପ ସିଂହ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କର ମାଆ ଚରଣ କୌରଙ୍କର ପୁଣି ନିଜ ପୁଅ କଥା ମନେ ପଡ଼ିଛି। ପୁଅକୁ ମନେପକାଇ ସେ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି। ଚରଣ କୌର ସିଦ୍ଧୁଙ୍କ ହତ୍ୟାକାରୀ ଓ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଥିବା ଲୋକଙ୍କ ବିଷୟରେ କହିଛନ୍ତି କି, ତାଙ୍କୁ ୱାହେଗୁରୁଙ୍କ ଉପରେ ପୂରା ଭରସା ଅଛି କି, ସେମାନେ କରିଥିବା ଦୋଷ ତାଙ୍କର ନାଁ ଓ ଚେହେରା ସହ ନିଶ୍ଚୟ ସାବ୍ୟସ୍ତ ହେବ। ଚରଣ କୌର ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ଟ୍ରାକ୍ଟରରେ ବସି ଥିବା ନିଜ ପୁଅର ଫଟୋ ସେୟାର କରିଛନ୍ତି ଏବଂ କ୍ଷେତରେ ତାଙ୍କର କାମ କରିବା କଥାକୁ କହିଛନ୍ତି। ଉଲ୍ଲେଖନୀୟ ଯେ, ଚରଣ କୌର ନିକଟରେ ଆଇଭିଏଫ୍‌ ଟେକନିକ୍‌ରେ ଆଉ ଏକ ପିଲାକୁ ଜନ୍ମ ଦେଇଛନ୍ତି।

ଚରଣ କୌର ଲେଖିଛନ୍ତି , ଶୁଭ , ଡାକିବା ପରେ ସର୍ବଦା ତୁମର ଏହି ଜବାବ ଦେବା ମୋ ହୃଦୟକୁ ଶାନ୍ତି ମିଳିଥାଏ। ଯେପର୍ଯ୍ୟନ୍ତ ଏଠାକୁ ଆସି ନାହଁ , କିଛି ନା କିଛି ହୃଦୟରେ ଶୂନ୍ୟସ୍ଥାନ ଭଳି ଅନୁଭବ ହେଉଛି। ନିଜ ମାଟି ସହ ଯୋଡ଼ି ହେବା ନିଜ ସହ ଯୋଡ଼ି ହେବା ପରି, କାରଣ ଏହି ମାଟିରେ ତମ ପିତାଙ୍କର କଡ଼ା ପରିଶ୍ରମ ଓ ମାଟିର ସମ୍ମାନ ଥିଲା। ଏଥିପାଇଁ ଶୁଭ ତୁମେ ନିଜ ସହ ଯୋଡ଼ି ହୋଇଥିବା ସବୁ ଜିନିଷର ସମ୍ମାନ କରୁଥିଲ ଏବଂ ନିଜର ପ୍ରଶଂସକଙ୍କୁ ମଧ୍ୟ ଅନେକ ସମୟରେ ଏହା କହୁଥିଲ କି ନିଜ କାମର ସମ୍ମାନ କର, ହେଲେ ପୁଅ ଜଣାନାହିଁ କେଉଁ ସମୟରେ ତୁମ ନାଁ କେଉଁ ଦୋଷ ସହ ଯୋଡ଼ି ଦିଆଯାଇଛି , ଯାହା କେବେ ଯୋଡି ଥିବା ବ୍ୟକ୍ତି ସାବ୍ୟସ୍ତ କରି ପାରି ନାହାନ୍ତି। ଶୁଭ ବେଟା, ମୋର ବିଶ୍ୱାସ ଗୁରୁ ସାହିବଙ୍କ ଉପରେ ରହିଛି, ବେଟା ସେମାନେ କରିଥିବା ଦୋଷ , ତାଙ୍କ ନାଁ ଓ ଚେହେରା ସହ ନିଶ୍ଚୟ ସାବ୍ୟସ୍ତ ହେବ।

ଉଲ୍ଲେଖନୀୟ ଯେ, ଦୁଇ ଦିନ ପୂର୍ବେ ପଞ୍ଜାବୀ ସିଙ୍ଗର ମୁସେୱାଲଙ୍କ ହତ୍ୟା ମାମଲାରେ ମାନସାର କୋର୍ଟ ନାମିତ ଥିବା୨୭ ଅଭିଯୁକ୍ତଙ୍କ ଉପରେ ବିଭିନ୍ନ ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ। ମାନସା ସେସନ କୋର୍ଟ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ,ଜଗଗୁ ଭଗବାନପୁରିଆର ସେହି ଆବେଦନ ମଧ୍ୟ ଖାରଦ କରି ଦେଇଛନ୍ତି , ଯେଉଁଥିରେ ସେ ନିଜକୁ ନିର୍ଦ୍ଦୋଷ କହି ଥିଲା। ଉକ୍ତ ମାମଲାରେ ରୁଜୁ ଏଫଆଇଆର ନମ୍ୱର ୧୦୩ରେ ମୋଟ ୩୧ ଜଣ ଅଭିଯୁକ୍ତ ଥିଲେ। ୪ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇ ସାରିଛି, ଯେବେ କି ୨୭ ଅଭିଯୁକ୍ତଙ୍କ ଉପରେ ଅଭିଯୋଗ ଫିକ୍ସ ହୋଇଛି। ବିଚାରପତି ହରି ସିଂହ ଗ୍ରେଭାଲଙ୍କ କୋର୍ଟରେ ଶୁଣାଣି ହୋଇଛି। ଉକ୍ତ ମାମଲାର ଆଗାମୀ ଶୁଣାଣି ୨୦ ମେ'ରେ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.