ମୁମ୍ବାଇ,୧୬/୦୪: ବିଶାଳ ଛକା ମାରି ଦେଶକୁ ଦ୍ୱିତୀୟ ଦିନିକିଆ ବିଶ୍ୱକପ୍ ଟ୍ରଫି ଭେଟି ଦେଇଥିଲେ ମହେନ୍ଦ୍ର ସିଂ ଧୋନି । ଇତିମଧ୍ୟରେ ୧୩ ବର୍ଷ ବିତି ଗଲାଣି । ଯଦିଓ ଗତ ବିଶ୍ୱକପ୍ରେ ଦଳ ଟାଇଟଲ ନିକଟତର ହୋଇଥିଲା, କିନ୍ତୁ ସ୍ୱପ୍ନ ପୂରା ହେଲା ନାହିଁ । ଧୋନି ଏବେ ଚେନ୍ନାଇ ସୁପର କିଙ୍ଗ୍ସର ଭେଟେରାନ ଖେଳାଳି ।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ବିସିସିଆଇ କାର୍ଯ୍ୟାଳୟକୁ ବୁଲି ଯାଇଥିଲେ। ୨୦୧୧ ବିଶ୍ୱକପ୍ ଟ୍ରଫି ଦେଖିଥିଲେ । କାନ୍ଥରେ ଲାଗିଥିବା ନିଜ ଫଟୋକୁ ଦେଖି ବେଶ ଖୁସି ହୋଇଥିଲେ । ଧୋନିଙ୍କ ନେତୃତ୍ୱରେ ଭାରତ ଉଭୟ ଟି-ଟ୍ୱେଣ୍ଟି ଏବଂ ଦିନିକିଆ ବିଶ୍ୱକପ୍ରେ ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା ।