ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ଟି-୨୦ ବିଶ୍ଵକପ୍ ଲାଗି ସାମ୍ନାକୁ ଆସିଲା ୨୦ ଜଣ ଭାରତୀୟ ଖେଳାଳିଙ୍କ ତାଲିକା !

Image Courtesy: abplive

ନୂଆଦିଲ୍ଲୀ: ଆଇପିଏଲ ୨୦୨୪କୁ ନେଇ ଏବେ ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ଆଗାମୀ ଟି-୨୦ ବିଶ୍ବକପ ପାଇଁ ବିସିସିଆଇ ତତ୍ପରତା ପ୍ରକାଶ କରିଛି । ବିଶ୍ଵକପ୍ ପାଇଁ ଦଳ ଘୋଷଣାର ଶେଷ ତାରିଖ ମେ ୧ ତାରିଖ ରଖାଯାଇଛି । ଏହି ସମୟ ଭିତରେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସବୁ ଦଳ ନିଜର ଦଳ ଚୟନ କରି ଆଇସିସିକୁ ପ୍ରଦାନ କରିବେ।   ଏହାକୁ ନଜରରେ ରଖି ବିସିସିଆଇ ମଧ୍ୟ ନିଜର ପ୍ରସ୍ତୁତି ପାଖାପାଖି ପୂରା କରି ସାରିଛି ବୋଲି କୁହାଯାଉଛି । ଚୟନକର୍ତ୍ତା ଶୀଘ୍ର ଭାରତୀୟ ଦଳ ଘୋଷଣା କରି ପାରନ୍ତି ।

 ଜୁନ ୧ରୁ ଆରମ୍ଭ  ହେଉଥିବା ଟି-୨୦ ବିଶ୍ଵକପ୍ ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜରେ ଖେଳାଯିବ। ଏହା ମଧ୍ୟରେ ପିଟିଆଇ ସୂତ୍ରରୁ ଖବର ପ୍ରକାଶ ପାଇଛି ଯେ, ଏଥର ବିସିସିଆଇ ନିଜର ବିଶ୍ଵକପ୍ ଦଳରେ କୌଣସି ବିଶେଷ ପରିବର୍ତ୍ତନ କରିବ ନାହିଁ। ଦଳରେ କୌଣସି ନୂଆ ଚେହେରାଙ୍କୁ ସ୍ଥାନ ମିଳିବ ନାହିଁ । ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଏହି ଦଳରେ ବିରାଟ କୋହଲି, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ୨୦ ଖେଳାଳିଙ୍କୁ ସ୍ଥାନ ମିଳିବ। ୧୫ ଜଣିଆ ଦଳ ସହ ୫   ଜଣଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯିବ । ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଭାରତୀୟ ଚୟନକର୍ତ୍ତା ଦଳ ଚଳିତ ମାସ ଶେଷ ଆଡ଼କୁ କିମ୍ବା ମେ ୧ ତାରିଖରେ ଦଳ ଘୋଷଣା କରି ପାରନ୍ତି ।

ସମ୍ଭାବ୍ୟ ୨୦ ଜଣିଆ ଭାରତୀୟ ଟିମ୍‌ 

ରୋହିତ ଶର୍ମା, ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶିବମ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଋଷଭ ପନ୍ତ, କେଏଲ ରାହୁଲ, ସଞ୍ଜୁ ସାମସନ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଓ ଅଭେଶ ଖାନ।

 ମିଳିଥିବା ସୂଚନା ଅନୁସାରେ, ୨୦ ଜଣିଆ ଦଳରେ ୬ ସ୍ଵତନ୍ତ୍ର ବ୍ୟାଟର ରହି ପାରନ୍ତି । ଏଥିରେ ୪ ଅଲରାଉଣ୍ଡର. ୩ ବିଶେଷଜ୍ଞ ସ୍ପିନର ଓ ୩ ଓ୍ଵିକେଟ୍ କିପର ବ୍ୟତୀତ ୪ ଦ୍ରୁତ ବୋଲର ସାମିଲ୍। ଏଥିରୁ ହିଁ ୫ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇ ଭାବେ ରଖାଯିବ ।

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.