ପ୍ରମୁଖ ଖବର
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ଵର, ୨୯/୦୩ : ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ। ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର। ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଖାରିଆର ବିଧାୟକ ଅଧୀରାଜ ପାଣିଗ୍ରାହୀ, ମୁଖପାତ୍ର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କୁ ଏଥର ବଲାଙ୍ଗିରରୁ ବିଜେଡି ସାଂସଦ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଛି।

ବିଜେଡିରେ ମିଶିବା ପରେ ସୁରେନ୍ଦ୍ର ସିଂହ ଭୋଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ପ୍ରଣାମ।୨୪ ବର୍ଷ ଭିତରେ ବହୁତ ବିକାଶ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଶଙ୍ଖ ଭବନଙ୍କୁ ଟାଣିଆଣିଛି। ବିକାଶ କାର୍ଯ୍ୟକ୍ରମ ଆହୁରି ଆଗେଇବ। ମୁଖ୍ୟମନ୍ତ୍ରୀ, 5-ଟି ଅଧ୍ୟକ୍ଷ, ଓ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକଶ ଦାସଙ୍କୁ ଧନ୍ୟବାଦ ଜଣାଇଲେ ସୁରେନ୍ଦ୍ର ସିଂ ଭୋଇ।

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ। ସେ ଏକାଥରକେ ପ୍ରାଥମିକ ସଦସ୍ୟତା ସମେତ ଜିଲ୍ଲା ସଭାପତି ଏବଂ ଏଆଇସିସିର ବିଭିନ୍ନ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ଦୀର୍ଘ ୩୮ ବର୍ଷ ଧରି କଂଗ୍ରେସରେ ସମ୍ମାନ, ଶୃଙ୍ଖଳାର ସହ କାମ କରିବାର ସୁଯୋଗ ଦେଇଥିବାରୁ ସିଂ ଭୋଇ କଂଗ୍ରେସ ପଦାଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପ୍ରକାଶ ଯେ, ସୁରେନ୍ଦ୍ରସିଂ ଭୋଇ ଜଣେ ପୁରୁଣା ସଂଗଠକ ହେବା ସହ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ ତାଙ୍କର ଦବ୍‌ଦବା ରହିଛି । ଟିଟିଲାଗଡ଼ ବିଧାନସଭା ଭୋଟରେ ଯଦିଓ ବିଜେଡି ବାଜିମାତ କରୁଛି । ତଥାପି ସେଠାରେ କ୍ରମାଗତ ଭାବରେ କଂଗ୍ରେସ କଡା ଟକ୍କର ଦେଇଆସୁଥିଲା। ୨୦୦୯ରେ ସୁରେନ୍ଦ୍ରସିଂ ଭୋଇ ତତ୍କାଳୀନ ବିଜେଡି ପ୍ରାର୍ଥୀ ଯୋଗେନ୍ଦ୍ର ବେହେରାଙ୍କୁ କଡା ଟକ୍କର ଦେଇ  ବିଜୟୀ ହୋଇଥିଲେ। ତାପରେ ୨୦୧୪ ଓ ୨୦୧୯ ନିର୍ବାଚନରେ ମଧ୍ୟ ଭଲ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏବେବି ଟିଟିଲାଗଡ଼ ଓ ଗୁଡଭେଲା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ତାଙ୍କର ଭଲ ସଂଗଠନ ରହିଛି। ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ପୁରୁଣା କଂଗ୍ରେସକୁ ସଂଗଠିତ କରିବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ । 

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.