ନୟାଗଡ଼, ୨୯/୪ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ଯୁବକ ଗୁରୁତର । ଗଛରେ ଚଢି ତାଳ ତୋଳୁଥିବାବେଳେ ୧୧କେଭି ତାର ସଂସ୍ପର୍ଶରେ ଆସିଥିଲେ ଦୁଇ ଜଣ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ମଗରବନ୍ଧ ଗାଁର ଅଶୋକ ନାୟକ ଏବଂ ଲକ୍ଷ୍ମୀଧର ପ୍ରଧାନ ।
ପ୍ରକାଶ ଯେ, ଶରଣକୂଳ ଥାନା ମଗରବନ୍ଧ ଗାଁର ଅଶୋକ ଏବଂ ଲକ୍ଷ୍ମୀଧର ଆଜି ଦ୍ବିପହର ସମୟରେ ତାଳ ତୋଳିବା ପାଇଁ ଗାଁ ନିକଟରେ ଥିବା ତାଳ ଗଛରେ ଚଢିଥିଲେ । ଗଛରେ ଚଢିଥିବା ସମୟରେ ଧରିଥିବା ଏକ କଞ୍ଚା ବାଉଁଶ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଉଭୟଙ୍କ ଶରୀରର ୭୦ପ୍ରତିଶତ ପୋଡ଼ିଯାଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ନୟାଗଡ଼ ଏବଂ ପରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି ।