ପ୍ରମୁଖ ଖବର

ପୁରୁଣା କାର, ଫ୍ରିଜ୍‌ ଓ ୱାଶିଂ ମେସିନ କାହିଁକି ଖୋଜୁଛି ଚୀନ୍ ? ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ଡ୍ରାଗନର ଏହା କେଉଁ ପ୍ରୟାସ

ନୂଆଦିଲ୍ଲୀ : ଚୀନର ଇକୋନୋମୀ ବା ଅର୍ଥବ୍ୟବସ୍ଥା କରୋନା ପ୍ରକୋପ ପରେ ପରେ ଅନେକ ପ୍ରକାରର ସଙ୍କଟ ଘେରରେ। ଏଥିରେ ରିୟଲ ଇଷ୍ଟେଟ୍ ଠାରୁ ନେଇ ବ୍ୟାଙ୍କିଂ ସଙ୍କଟ ଯାଏ , ସବୁ ସାମିଲ ରହିଛି। କିନ୍ତୁ ଜାନୁୟାରୀ –ମାର୍ଚ୍ଚ ତିନି ମାସରେ ଦେଶର ଜିଡିପିର ଡାଟା ଆଶ୍ୱସ୍ତି ପ୍ରଦାନ କରିଛି। ଚାଇନା ଇକୋନୋମୀ ୫.୩ ପ୍ରତିଶତ ଦରରେ ଆଗକୁ ବଢୁଛି ଏବଂ ଏହି ଡାଟା ଅନେକ ସଙ୍କଟର ସାମ୍ନା କରୁଥିବା ଚୀନ ପାଇଁ ଉତ୍ତମ ଓ ଅନେକ ପୂର୍ବାନୁମାନ ଠାରୁ ଅଧିକ ହୋଇଛି। ଏଥିରେ ଔଦ୍ୟୋଗିକ ଉତ୍ପାଦନର ପ୍ରମୁଖ ଭୂମିକା ରହିଛି ଏବଂ ରିଟେଲ ସେଲ୍‌ରେ ମଧ୍ୟ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା। ଚୀନ୍‌ରେ ରିଟେଲ ସେଲ୍‌ ୪.୭ ପ୍ରତିଶତର ବାର୍ଷିକ ଦରରେ ବୃଦ୍ଧି ପାଇଛି। 

ଏବେ ଚୀନ୍‌, ଇକୋନୋମି ଗତିର ଦ୍ରୁତ ବୃଦ୍ଧିକୁ ଜାରି ରଖିବାକୁ ଯୋଜନା କରିଛି ଏବଂ ଏଥିପାଇଁ ପୁରୁଣା କାର୍‌ , ପୁରୁଣା ଫ୍ରିଜ୍‌ ଓ ପୁରୁଣା ୱାଶିଂ ମେସିନ୍କୁ ଖୋଜିବାରେ ଲାଗିଛି। ଏବେ ଆପଣ ଭାବୁଥିବେ କି , ଏହି ଇକୋନୋମିରେ ପୁରୁଣା ଜିନିଷର କଣ କନେକ୍ସନ ରହିଛି। ଏବେ ଆସନ୍ତୁ ଜାଣିବା ଡ୍ରାଗନ ଇକୋନୋମୀକୁ ରକ୍ଷା କରିବା ପାଇଁ କେଉଁ ପ୍ରକାରର ନୂଆ ଫର୍ମୂଲା ପ୍ରସ୍ତୁତ କରିଛି। 

ଚୀନ ନିଜର ଉଜୁଡ଼ା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଓ ଏହାକୁ ବୃଦ୍ଧି କରାଇବା ପାଇଁ ନୂଆ ଫର୍ମୂଲା ଉପରେ ଜୋର ଦେଉଛି । ଏହି ଅନୁସାରେ ଡ୍ରାଗନ୍‌ ଏବେ ଦେଶର ଔଦ୍ୟୋଗିକ ଓ ଘରୋଇ ଉପକରଣର ଷ୍ଟକ୍‌କୁ ଅପଗ୍ରେଡ୍‌ କରିବା , ପ୍ରଦୁଷଣ ପ୍ରସାର କରୁଥିବା ପୁରୁଣା କାର୍‌ , ମେସିନ୍‌ ଓ ଜିନିଷକୁ ଫେରେଇ ନେବା , ଉପଭୋକ୍ତା ଖର୍ଚ୍ଚକୁ  ବୃଦ୍ଧି କରାଇବା ସହ ହିଁ ନିଜର ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବାକୁ ଟ୍ରେଡ୍‌-ଇନ୍‌ ଯୋଜନା ଉପରେ ଭରସା କରୁଛି। ୟୁଜଡ୍‌ ଉପକରଣକୁ ଅପଗ୍ରେଡ୍‌ କରିବା, ଉପଭୋକ୍ତା ଜିନିଷର ଟ୍ରେଡ୍‌-ଇନ୍‌ କାର୍ଯ୍ୟକ୍ରମରେ ସାମିଲ କମ୍ପାନୀଙ୍କୁ ମଜବୁତ୍‌ କରିବ , ଯାହା ଘରୋଇ ଚାହିଦାରେ ବୃଦ୍ଧି କରାଇବାକୁ ଚୀନ୍‌ର ନୂଆ ପ୍ରୟାସ। 

ରିପୋର୍ଟ ମୁତାବିକ , ଚାଇନାର କହିବାନୁସାରେ ,ଉପକରଣ ଅପଗ୍ରେଡ୍‌ରେ ଦେଶରେ ଉପଭୋକ୍ତା ଖର୍ଚ୍ଚକୁ ବଢାଇବାରେ ସାହାଯ୍ୟ ମିଳିବ। ଏଥିରେ ପେଟ୍ରୋକେମିକଲ୍ସ ଓ ଷ୍ଟିଲ୍‌ ଭଳି ଭାରି ଉଦ୍ୟୋଗରୁ ନେଇ ଆପାର୍ଟମେଣ୍ଟ  କୋଠା ଗୁଡ଼ିକରେ ନୂଆ ଲିଫ୍ଟ  ସ୍ଥାପନ କରିବା , ଉପଭୋକ୍ତାଙ୍କୁ ନିଜର ପୁରୁଣା ୱାଶିଂ ମେସିନ୍‌କୁ ସ୍କ୍ରାପ୍‌ କରିବା ଓ କମ୍‌ ପାଣି ବ୍ୟବହାର କରୁଥିବା ନୂଆ ୱାଶିଂ ମେସିନ୍‌ କିଣିବା ପାଇଁ ପ୍ରୋତ୍ସାହିତ କରିବା ଯାଏ ସାମିଲ ଅଛି। 

ଏହା ବ୍ୟତୀତ ଚୀନ୍‌ର ଟ୍ରେଡ୍‌ ଏହି ଯୋଜନା ଅନୁସାରେ ନୂଆ ଇଲେକ୍ଟ୍ରିକ୍‌ ଗାଡ଼ି ବା ଅନ୍ୟ ଏନର୍ଜି ସେଭିଂ ର କାର୍‌ କିଣୁଥିବା ଉପଭୋକ୍ତାଙ୍କୁ ସବ୍‌ସିଡି ପ୍ରଦାନ କରାଯିବାର ମଧ୍ୟ ପ୍ରସ୍ତାବ ରହିଛି। ଇକୋନୋମିକୁ ବଞ୍ଚାଇବାର ଡ୍ରାଗନର ଏହି ଫର୍ମୂଲା ଅନୁସାରେ ଉପକରଣ ଅପଗ୍ରେଡ୍‌ ପାଇଁ କ୍ଷେତ୍ରୀୟ ସରକାର ସବୁ ବୋଝ ଉଠାଇବେ । ଏହାସହ ଏଥିସହ ଜଡ଼ିତ ଉଦ୍ୟୋଗକୁ ସବସିଡି, ଟ୍ୟାକ୍ସ ମୁକ୍ତ ଓ  ରିହାତି ଦରର ଲୋନ୍‌ର ସୁବିଧା ମଧ୍ୟ ଦିଆଯିବ।

ସିଟିଗ୍ରୁପ୍‌ର ଅର୍ଥଶାସ୍ତ୍ରୀଙ୍କ ଅନୁସାରେ ଏହି ଯୋଜନା ଚଳିତ ବର୍ଷ ଖୁଚୁରା ବିକ୍ରିରେ ପାଖାପାଖି ୦.୫ ପ୍ରତିଶତ ଯାଏ ବୃଦ୍ଧି କରିପାରେ। ସେପଟେ ଉପକରଣ ଅପଗ୍ରେଡରେ ୨୦୨୭ ଯାଏ ଚୀନ୍‌ର ସବୁଠୁ  ବଡ଼ ନିବେଶରେ ୦.୪ ପ୍ରତିଶତର ବୃଦ୍ଧି ହୋଇପାରେ। ସେପଟେ ଚୀନ୍‌ ଉପରେ ଅନେକ ସମୟରେ ଆମେରିକା ଓ ୟୁରୋପ ଏହି ଅଭିଯୋଗ କରନ୍ତି କି, ବିଶ୍ୱସ୍ତରୀୟ ବଜାରକୁ ବହୁ ମାତ୍ରାରେ ଶସ୍ତା ଜିନିଷ ଉପଲବ୍ଧ କରାଇବା ଯୋଗୁଁ ଦେଶରେ ସ୍ଥାନୀୟ ଚାହିଦାକୁ ପୂରା କରିବା ପାଇଁ, ଚୀନ୍‌ ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନଥାଏ। 

ବ୍ଲୁମବର୍ଗର ରିପୋର୍ଟରେ ଏକ୍ସପର୍ଟଙ୍କ ଅନୁସାରେ କୁହାଯାଇଛି ଯେ, ଟ୍ରେଡ୍-ଇନ ଯୋଜନା , ଚାଇନା କ୍ରେତାଙ୍କର ସାହାଯ୍ୟ କରିବା ସହ ଏହି ଚିନ୍ତାର ତ ସମାଧାନ କରିବ , ବରଂ ଏହି ଯୋଜନା ଦେଶର ରିସାଇକ୍ଲିଂ ମହତ୍ୱ ଉଦ୍ଦେଶ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଚାଇନା ବ୍ୟବସାୟକୁ ବିଦେଶ ବଜାର ମାନଙ୍କରେ ପ୍ରସାର କରିବାରେ ସାହାଯ୍ୟ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.