ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା

Published By : Harapriya Sethi | May 4, 2025 10:37 AM

ଭୁବନେଶ୍ୱର,୦୪/୦୫: ମେଡିକାଲ ନାମଲେଖା ପାଇଁ ନିଟ୍‌-ୟୁଜି ପରୀକ୍ଷା ଆଜି କରାଯାଉଛି । ଏନେଇ ସାରା ଦେଶରେ ୫୪୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଦେଶ ବାହାରେ ୧୩ଟି ସହରରେ ପରୀକ୍ଷା ମଧ୍ୟ କରାଯାଉଛି । ରବିବାର ଅପରାହ୍ନ ୨ଟାରୁ ୫ଟା ଯାଏ ପରୀକ୍ଷା ଅନୁଷ୍ଠିତ ହେବ । ସାରା ଦେଶରେ ୨୨.୭ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଅନ୍ୟପଟେ ନିଟ୍‌-ୟୁଜି ପରୀକ୍ଷା ନେଇ ବିଭିନ୍ନ ପ୍ରକାର ଗୁଜବ ସୃଷ୍ଟି ହେଉଛି । ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ବିଭ୍ରାନ୍ତିକର ଖବର ଘୂରି ବୁଲୁଛି । ଏଥିରୁ ଦୂରେଇ ରହିବାକୁ ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ପରାମର୍ଶ ଦିଆଯାଇଛି । 

ଏନ୍‌ଟିଏ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି, ନିଟ୍‌-ୟୁଜି ପରୀକ୍ଷାକୁ ନେଇ ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ମିଛ ଖବର ଆସୁଛି । ସମ୍ଭାବ୍ୟ ପ୍ରଶ୍ନଠୁ ଆରମ୍ଭ କରି ସିଟ୍‌ ବିକ୍ରି ଭଳି ବିଭ୍ରାନ୍ତିକର ଖବର ପ୍ରକାଶ ପାଉଛି । ଏହାକୁ ଆଧାର କରି ନିଟ୍‌-ୟୁଜି ପକ୍ଷରୁ ସାଇବର କେସ୍‌ କରାଯାଇଛି । ଯେଉଁଥିରେ ୧୬୫ଟି ଟେଲିଗ୍ରାମ ଆକାଉଣ୍ଟ ଓ ୩୨ଟି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମିଥ୍ୟା ଖବର ଆସିଥିବା ନେଇ ନଜର ଆସିଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିପରି ଗୁଜରାଟର ରାଜକୋଟ୍‌ରେ ମାର୍କ ବଢ଼ାଇବା ପାଇଁ ଟଙ୍କା କାରବାର ହୋଇଥିବା ଅଭିଯୋଗ ମିଳିଛି । ତେଣୁ ନିଟ୍‌-ୟୁଜି ପରୀକ୍ଷାର୍ଥୀ ମାନେ କୌଣସି ଦଲାଲଙ୍କ ପ୍ରଲୋଭନର ଶିକାର ନହୋଇ ଟଙ୍କା କାରବାର ନକରିବାକୁ ପରାମର୍ଶ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.