ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସାହାଜପାଲ ଛକରେ ଚାଲିଛି ଜବରଦଖଲ ଉଚ୍ଛେଦ

Published By : Anindita Ratha | April 29, 2025 3:20 PM

ଭୁବନେଶ୍ବର,୨୯/୦୪: ଖୋର୍ଦ୍ଧା ବଲାଙ୍ଗୀର ଏନ୍‌ଏଚ ୫୭ ସାହାଜପାଲ ଛକରେ ଜବରଦଖଲ ଉଚ୍ଛେଦ । ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଉଚ୍ଛେଦ ଜାରି । ଜବରଦଖଲ କରି ହୋଟେଲ କରିଥିଲେ ସ୍ଥାନୀୟ ବ୍ୟକ୍ତି । ୬ ମାସ ପୂର୍ବରୁ ଜାଗା ଖାଲି କରିବାକୁ ନୋଟିସ ଦେଇଥିଲା ପ୍ରଶାସନ। କିନ୍ତୁ ଜାଗା ଖାଲି ନ କରିବାରୁ JCB ଲଗାଇ ହୋଟେଲ ଭାଙ୍ଗିଲା ପ୍ରଶାସନ । 

ସୂଚନା ଅନୁଯାୟୀ, ସାହାଜପାଲର ରାମଜୀ ଅଗ୍ରୱାଲ୍ ନାମକ ଜନୈକ ବ୍ୟକ୍ତି ଦୀର୍ଘ ବର୍ଷ ହେବ ୫୭ ନଂ ଜାତୀୟ ରାଜପଥ ଛକ ନିକଟରେ ଜାତୀୟ ରାଜପଥକୁ ଜବର ଦଖଲ କରି ଏକ ଦୋକାନ ଖୋଲିଥିଲେ । ଏହି ଜବରଦଖଲ ସ୍ଥାନକୁ ହଟାଇବା ପାଇଁ ୬ ମାସ ହେବ ପ୍ରଶାସନ ନୋଟିସ ଦେଇଥିବା ବେଳେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ସେହି ଜାଗାକୁ ଖାଲି କରିନଥିଲେ। ଯାହା ଦ୍ୱାରା ଆଜି ପ୍ରଶାସନ ନିଜେ ଜବରଦଖଲ ସ୍ଥାନରେ ଥିବା ଦୋକାନକୁ JCB ଲଗାଇ ଭାଙ୍ଗିବା ଆରମ୍ଭ କରିଛି। ଏହି ଜବରଦଖଲ ଉଚ୍ଛେଦ ସମୟରେ ବୌଦ୍ଧ ତହସିଲଦାର ଅନୀତା କୁମାରୀ ସାହୁ, ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା,  ଅତିରିକ୍ତ ତହସିଲଦାର ମହମ୍ମଦ ରଜାଏ ରଶୁଳ, ଏନଏଚ ବିଭାଗ ଅଧିକାରୀ ଓ ବାଉଁଶୁଣି ପୋଲିସର ଉପସ୍ଥିତିରେ ଜବର ଦଖଲ ଜାଗାକୁ ଉଚ୍ଛେଦ କରାଯାଇଛି। ସେହିପରି ସାହାଜପାଲ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଥିବା ଜବରଦଖଲ ଜାଗାକୁ ଆଗାମୀ ଦିନରେ ଉଚ୍ଛେଦ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.