ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶୱାନ ଗିରଫ, ଖୁବ୍‌ଶୀଘ୍ର ରିମାଣ୍ଡରେ ଆଣିବ ପୁଲିସ

Published By : Prameya | February 6, 2025 11:26 AM

ସମ୍ବଲପୁର,୦୬/୦୨: ଧରାପଡିଲା ବୁଢ଼ାରଜା ମଣପ୍ପୁରମ ସୁନା ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶୱାନ । ଆସମ୍‌ ଗୌହାଟୀରୁ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ସମ୍ବଲପୁର ପୁଲିସ୍‌ । ଉତ୍ତମକୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରାଯିବ । ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ  ଆବେଦନ କରାଯାଇଛି । ଏ ନେଇ ସମ୍ବଲପୁର  ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌ ସୂଚନା  ଦେଇଛନ୍ତି ।  

ମଣପ୍ପୁରମ ସୁନା ଲୁଟ୍‌ ଘଟଣାରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିବା ସମ୍ବଲପୁର ପୁଲିସ୍‌ । ଏବେ ଆଉ ଜଣଙ୍କୁ ଧରିଛି । ଲୁଟ୍‌ କରିବାକୁ ସମ୍ବଲପୁର ଆସିଥିବା ଟିମ୍‌କୁ ଏହି ବ୍ୟକ୍ତି ଲିଡ୍‌ କରିଥିଲା । ଗିରଫ ହୋଇଥିବା ମୁଖ୍ୟ  ଅଭିଯୁକ୍ତ କହୁଥିଲେ ମଧ୍ୟ ଘଟଣା ଦିନ ତା’ର  ଉପସ୍ଥିତି ଓ କାରବାରକୁ ନେଇ ମୁହଁ ଖୋଲି ନାହାନ୍ତି ଅଧିକାରୀ । ଏହାକୁ ନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି । 

ଗତ ମାସେ ହେଲା ସମ୍ବଲପୁର ପୁଲିସ୍‌ ଏହି ଘଟଣାକୁ  ନେଇ ନାକେଦମ ହୋଇଛି । ବାରମ୍ବାର ବିଭିନ୍ନ  ଟିମ୍‌ ବିହାର, ପଶ୍ଚିମବଙ୍ଗ ଏବଂ ଆସମ ଗସ୍ତ  କରି ଲୁଟେରାଙ୍କୁ ଅଣ୍ଡାଳିଛି ।  ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତ ଗିରଫ  ହୋଇଥିଲେ । ସେମାନେ ହେଲେ ବିହାର ହାଜିପୁରର ଅଜୟ ପାଶୱାନ ଓ ପଙ୍କଜ ପାଶୱାନ(୨୬) । ପଙ୍କଜକୁ ପଶ୍ଚିମବଙ୍ଗ  ହୁଗୁଳିରୁ ଗିରଫ କରାଯାଇଥିଲା । ଅଜୟକୁ  ସମ୍ବଲପୁର ଠେଲକୋଲିରୁ ଉଠାଇଥିଲା  ପୁଲିସ୍‌ । ଏମାନଙ୍କଠାରୁ ମଧ୍ୟ କୌଣସି ସୁନା  ଜବତ ହୋଇନଥିଲା । ଗିରଫ ପରେ ଅଧିକ  ତଦନ୍ତ ପାଇଁ ପୁଲିସ୍‌ ଉଭୟଙ୍କୁ ରିମାଣ୍ଡରେ  ନେଇଥିଲା । ପରେ ଆଉ ୨ଟି ଟିମ୍‌ ଗଠନ  କରାଯାଇ ପୁଣି ଥରେ ବାହାର  ରାଜ୍ୟରେ ଡେରା ପକାଇଥିଲା ପୁଲିସ୍‌ । ୫ ଜଣ ଅଭିଯୁକ୍ତ  ବାହାରେ ଥିବା ସେତେବେଳେ  ଆଇଜି କହିଥିଲେ । ହେଲେ  ଏବେ ଏହି ମାମଲାରେ ଆଉ  ଜଣେ ଗିରଫ ହେବା ପରେ ଆହୁରି ୪  ଜଣ ରହିଲେ । ଏହାସହ ଟଙ୍କାଟିଏର ସୁନା  ମିଳିନି । ଏପଟେ, ବିହାର ଜେଲରେ ଥିବା  ସୁବୋଧ ସିଂହ ଓ ପନ୍ନୁ ସିଂହଙ୍କୁ ଜେଲରୁ  ରିମାଣ୍ଡ ଆଣି ଅଧିକ ତଦନ୍ତ କରିବାକୁ ଯୋଜନା  କରିଥିଲା । ତାହା ମଧ୍ୟ ହୋଇପାରିଲା ନାହିଁ ।  ଘଟଣାର ମାଷ୍ଟରମାଇଣ୍ଡ ସୁବୋଧ ସିଂହ ଏବେ  କୋଲକାତା ପ୍ରେସିଡେନ୍ସି ଜେଲ୍‌ ଓ ପନ୍ନୁ ସିଂହ  ବିହାର ବେହୁର ଜେଲରେ ରହି ନିଜ କଳା  ସାମ୍ରାଜ୍ୟ ଚଳାଇଛନ୍ତି । 

ଅନ୍ୟପଟେ, ସୁନା ଦେଇ ଋଣ ନେଇଥିବା  ବ୍ୟକ୍ତି ଚିନ୍ତାରେ ଅଛନ୍ତି । କମ୍ପାନୀ ପକ୍ଷରୁ  ଆବଶ୍ୟକ ପରିମାଣର ସୁନା ଯୋଗାଇ  ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ନିଜ  ସୁନା ଫେରିପାଇବାର ଆଶା ରଖିଛନ୍ତି । କିନ୍ତୁ  ପୁଲିସ୍‌ ୩ ଅଭିଯୁକ୍ତ ଧରିବା ସତ୍ତେ୍ୱ ସୁନା  ହାତରେ ନ ଲାଗିବା ବିଭାଗ କାର୍ଯ୍ୟଦକ୍ଷତା  ପ୍ରତି ପ୍ରଶ୍ନ ଉଠିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.