ନୂଆଦିଲ୍ଲୀ : ଫେସୱାଶ୍‌ କରିବା ତ ସମସ୍ତେ ଜାଣନ୍ତି , କିନ୍ତୁ ଆପଣଙ୍କର ମୂଲ୍ୟବାନ ଓ କୋମଳ ଚେହେରାକୁ ସଫା କରିବାକୁ ମଧ୍ୟ କିଛି ପଦ୍ଧତି ଅଛି। ଯାହାକୁ ଅନୁସରଣ କରି ଆପଣଙ୍କର ସ୍କିନ୍‌ ଆହୁରି ଅଧିକ ଗ୍ଲୋଇଂ ଓ ସଫ୍ଟ ହୋଇ ପାରିବ। ଉଲ୍ଲେଖନୀୟ ଯେ, ଅନେକ ଲୋକ ଏକନେ , ପିମ୍ପଲ , ସ୍କିନ୍‌ ସାଗିଙ୍ଗ୍‌, ରିଙ୍କଲ ଭଳି ସମସ୍ୟାରେ ଚିନ୍ତିତ ଥାନ୍ତି। ଏହି ସବୁ ଜରୁରୀ ଜିନିଷକୁ ସଠିକ୍‌ ଉପାୟରେ ଆପ୍ଲାଇ କରନ୍ତି। କିନ୍ତୁ ଫେସୱାଶ୍‌ କରିବାର ସଠିକ୍‌ ଉପାୟ ଆପଣଙ୍କ ମୁହଁର ସ୍କିନକୁ ଆହୁରି ଅଧିକ ସୁନ୍ଦର କରିପାରେ। ଅନେକ ଲୋକ ଫେସ୍‌ୱାଶ୍ କରିବା ସମୟରେ ଏହି ଅବହେଳା କରିଥାନ୍ତି। ଏବେ ଜାଣି ନିଅନ୍ତୁ ସଠିକ୍‌ ପଦ୍ଧତି –

ହାତ ସଫା କରିବା ଜରୁରୀ : 

ମୁହଁକୁ ସଫା କରିବା ପୂର୍ବରୁ ହାତକୁ ସଫା କରିବା ଜରୁରୀ। କାରଣ ହାତରେ ସବୁଠୁ ଅଧିକ ଜର୍ମସ୍ ଥାନ୍ତି। ଯେବେ ମଇଳା ହାତରେ ଆମେ ଚେହେରାକୁ କ୍ଲିନ୍‌ କରନ୍ତି ତ ଏକନେ (ବ୍ରଣ) ହେବାର ସମ୍ଭାବନା ବଢି ଯାଏ। 

ମୁହଁକୁ ଓଦା ଟିସ୍ୟୁରେ ସଫା କରନ୍ତୁ :

ମୁହଁରେ ଫେସୱାଶ୍‌ ଲଗାଇବା ପୂର୍ବରୁ ସ୍କିନ୍‌ରେ ଜମା ହୋଇଥିବା ଏକଷ୍ଟ୍ରା ଡାର୍ଟକୁ ହଟାଇବା ଜରୁରୀ। ଏଥିପାଇଁ କୌଣସି ଟାୱେଲ ବା ପୁଣି ଟିସ୍ୟୁକୁ ଓଦା କରି ଚେହେରାରେ ଜମି ଥିବା ଏକଷ୍ଟ୍ରା ଡାର୍ଟକୁ ପୋଛି ନିଅନ୍ତୁ। 

ହାତରେ କରନ୍ତୁ ଫୋମ୍‌ :

ଫେସ୍ ୱାଶ୍‌କୁ ହାତକୁ ନେଇ ସିଧା ମୁହଁରେ ରଗଡ଼ନ୍ତୁ ନାହିଁ। ପ୍ରଥମେ ହାତରେ ଫେସୱାଶ୍‌ ନିଅନ୍ତୁ ଏବଂ କିଛି ପାଣିକୁ ଢାଳି ଫୋମ୍‌ କରି ନିଅନ୍ତୁ। ଏହାପରେ ଏହି ଫୋମି ପାର୍ଟକୁ ସ୍କିନ୍‌ରେ ଘଷନ୍ତୁ।

ସର୍କୁଲେସନ ମୋସନରେ କରନ୍ତୁ ସଫାଇ :

ଏବେ ଫୋମ୍‌ ସହ ଆଙ୍ଗୁଳିକୁ ଧିରେ ଧିରେ ଆରାମରେ ସର୍କୁଲେସନ ମୋସନରେ ମୁହଁରେ ଘଷି କ୍ଲିନ୍‌ କରନ୍ତୁ। ଏଥିରେ ସ୍କିନ୍‌ ସାଗିଙ୍ଗ୍‌ର ସମସ୍ୟା ହେବ ନାହିଁ। ଅଧିକ ଜୋରରେ ସ୍କିନ୍‌କୁ ଘଷନ୍ତୁ ନାହିଁ । ଧିରେ  ଧିରେ ସର୍କୁଲେସନ ମୋସନରେ ଘଷି ଫେସ୍‌ ୱାଶ୍‌ ଲଗାନ୍ତୁ। 

ରୁମ୍‌ ଟେମ୍ପରେଚର ଥିବା ପାଣିରେ ଧୁଅନ୍ତୁ :

ମୁହଁକୁ ଧୋଇବା ପାଇଁ ଅଧିକ ଗରମ କି ଅଧିକ ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ। ସର୍ବଦା ଲ୍ୟୁକ୍‌ ୱାର୍ମ ୱାଟରର ହିଁ ବ୍ୟବହାର କରନ୍ତୁ। 

ଚେହେରାକୁ ରଗଡ଼ନ୍ତୁ ନାହିଁ : 

ମୁହଁକୁ ଭଲ ଭାବେ ସଫା କରିବା ପରେ ତେଲିଆ ସ୍କିନ୍‌କୁ ଟିସ୍ୟୁରେ ଟାପ୍‌ ଟାପ୍‌ କରି ଶୁଖାଇବା ଉଚିତ୍‌। ଡ୍ରାଇ ସ୍କିନ୍‌କୁ ନରମ ତଉଲିଆକୁ ମୁହଁ ରେ ଥାପି ଥାପି ଶୁଖାନ୍ତୁ।