ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିଲାବଲ ଭୁଟ୍ଟୋ ନିଜର ମାନସିକ ସ୍ଥିତି ଯାଞ୍ଚ କରାନ୍ତୁ: ହରଦୀପ ସିଂହ ପୁରୀ

Published By : Tapas Panda | April 26, 2025 8:09 PM

Image Courtesy: indiatv

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଭାରତ ସରକାର ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସିନ୍ଧୁ ଜଳ ଚୁକ୍ତିନାମାକୁ ବାତିଲ କରିଛନ୍ତି ସରକାର । ଏହାକୁ ନେଇ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀ ଏହି ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇଥିଲେ। ବିଲାବଲ ଭୁଟ୍ଟୋଙ୍କ ବୟାନ ଉପରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ହରଦୀପ ସିଂହ ପୁରୀ କହିଛନ୍ତି, ‘ତାଙ୍କୁ ତାଙ୍କର ମାନସିକ ଅବସ୍ଥା ଯାଞ୍ଚ କରିବାକୁ କୁହନ୍ତୁ। ସେ କି ପ୍ରକାରର ବୟାନ ଦେଉଛନ୍ତି ? ଏବେ ଆମେ ଏସବୁ ସହ୍ୟ କରିବୁ ନାହିଁ । ଆଉ କିଛି ଦିନ ଅପେକ୍ଷା କରନ୍ତୁ।’

ଭୁଟ୍ଟୋ କହିଥିଲେ, 'ଏହି ସିନ୍ଧୁ ନଦୀରେ ଆମ ପାଣି ବୋହିବ, ନଚେତ ସେମାନଙ୍କ ରକ୍ତ ବୋହିବ ।' ଏହା ଉପରେ କଡ଼ା ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ମୁଁ ତାଙ୍କ ବୟାନ ଶୁଣିଛି...କେଉଁଠି ପାଣି ଦେଖି ଡେଇଁ ପଡ଼ ବୋଲି ତାଙ୍କୁ କୁହ । ଆଗକୁ ଯେତେବେଳେ ପାଣି ନଥିବ, ସେତେବେଳେ ଡେଇଁବେ କେଉଁଠି ? ଏପରି ବୟାନକୁ ଗୁରୁତ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ । ତାଙ୍କ ସହ କଣ ଘଟୁଛି, ସେମାନେ ନିଜ ଜାଣିପାରୁ ନାହାନ୍ତି । ସେମାନେ ଶୀଘ୍ର ସବୁ ବୁଝିପାରିବେ ।' 

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ସିନ୍ଧୁ ଜଳ ସନ୍ଧି ବାତିଲ ପଦକ୍ଷେପକୁ ସଠିକ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ  ଲଗାତାର ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି, ତେଣୁ ଭାରତ ଏହି ସନ୍ଧିକୁ ବଜାୟ ରଖିବା ପାଇଁ ବାଧ୍ୟ ନୁହେଁ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୯୬୦ ଏପ୍ରିଲ୍ ୨୫ରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ହୋଇଥିବା ଏହି ସନ୍ଧିକୁ ଭାରତ ବାତିଲ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.