ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ; ୨ଟି ଫାର୍ମ ହାଉସ୍‌, ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା ଠାବ

Published By : Harapriya Sethi | June 30, 2025 1:46 PM

ଭୁବନେଶ୍ୱର, ୩୦/୦୬: ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ତାଙ୍କର ମୋଟ୍ ୮ଟି ସ୍ଥାନରେ ଚଢାଉ ଜାରି ରହଛି । ଛାନଭିନ୍ ବେଳେ ଭୁବନେଶ୍ୱର ଗୋଠପାଟଣା ସ୍ଥିତ ମହାନଦୀ ଆପାର୍ଟମେଣ୍ଟରୁ ଏକ ଫ୍ଲାଟ୍‌, ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନିରେ ଗୋଟିଏ ଘର, ନବରଙ୍ଗପୁର ଟାଉନରେ ଗୋଟିଏ ନିର୍ମାଣାଧୀନ ଘର ସହିତ ୫ଟି ଦୋକାନ ବିଶିଷ୍ଟ ଗୋଟିଏ ସପିଂ କମ୍ପ୍ଲେକ୍ସ ଠାବ ହୋଇଛି ।

କେବଳ ସେକିତି ନୁହେଁ, ନବରଙ୍ଗପୁରର ବିଜରାଗୁଡ଼ାରେ ପ୍ରାୟ ୧ କୋଟି ଟଙ୍କା ନିବେଶ ସହିତ ଡ୍ରିପ୍ ଇରିଗେସନ ସୁବିଧା ସହିତ ୪୦ ଏକର ଜମିରେ ଗୋଟିଏ ଫାର୍ମ ହାଉସ, ନବରଙ୍ଗପୁର ଫଟାକୋଟରେ ପ୍ରାୟ ୩୪ ଲକ୍ଷ ଟଙ୍କା ନିବେଶରେ ଡ୍ରିପ୍ ଜଳସେଚନ ସୁବିଧା ଥିବା ୬ ଏକର ଜମିରେ ଆଉ ଏକ ଫାର୍ମ ହାଉସ, ଭବାନୀପାଟଣା ସହର ଉପକଣ୍ଠରେ ୧୧ ଏକର ଜମି, ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଗୋଟିଏ ବେନାମୀ କାର୍‌ ଠାବ କରାଯାଇଛି । 

କହିରଖୁ କି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । ତାଙ୍କର ମୋଟ୍ ୮ଟି ସ୍ଥାନରେ ଚଢାଉ କରାଯାଉଛି । ଏଥିରେ ୧୦ଜଣ ଡିଏସପି, ୮ ଜଣ ଇନ୍‌ସପେକ୍ଟର, ୧୦ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ସାମିଲ ହୋଇଛନ୍ତି । ଏନେଇ ମାନ୍ୟବର ସ୍ୱତନ୍ତ୍ର ବିଚାରପତି ସର୍ଚ୍ଚ ୱାରେଣ୍ଟ ଜାରି କରିବା ପରେ ଏହି ଚଢାଉ କରାଯାଉଛି । ଦୟାନିଧି ବାଗ୍‌ ରାୟଗଡ଼ା ଜଳଛାୟା ବିଭାଗର ପୂର୍ବତନ PD ଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.