ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଶ୍ୱ ଥାଲାସେମିଆ ଦିବସ, ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ରୋଗୀ

Published By : Anindita Ratha | May 8, 2025 9:27 AM

ଭୁବନେଶ୍ବର,୦୮/୦୫: କଟକ ଚୌଦ୍ୱାର ଅଞ୍ଚଳର ମିନୁ ରାଉତ । ବୟସ ମାତ୍ର ୭ । ଘରର ଏକମାତ୍ର ଝିଅ । ମିନୁଙ୍କ ବାପା ଜଣେ କୁଷ୍ଠରୋଗୀ । ତେଣୁ ଝିଅକୁ ପଢାଇବା ପାଇଁ ମା ପରଘରେ କାମ କରୁଥିଲେ । ଜନ୍ମରୁ ମିନୁ ଥାଲାସେମିଆରେ ଆକ୍ରାନ୍ତ ଥିଲା । ମା ତାକୁ ଆଣି କଟକ ବଡ ମେଡିକାଲ ରକ୍ତ ଭଣ୍ଡାରରେ ରକ୍ତ ଦେଉଥିଲେ । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ମିନୁଙ୍କ ସ୍ୱାସ୍ଥ୍ୟ ବହୁତ ବିଗିଡିଗଲା । ଜଣାପଡିଲା ମିନୁ ଏଚ୍‌ଆଇଭିରେ ମଧ୍ୟ ପୀଡିତ । ଭାଙ୍ଗି ପଡିଥିଲେ ପରିବାର । ଉନ୍ନତ ଚିକିତ୍ସା ନ ମିଳିବାରୁ ୨୦୧୩ରେ ମିନୁ ପ୍ରାଣ ହରାଇଥିଲା । ମିନୁ ଭଳି ଆଉ ଜଣେ ହେଲେ ଗୁଡଲୁ ଦେବତା । କଟକ ନିଶ୍ଚିନ୍ତକୋଇଲିର ବାସିନ୍ଦା ଅଟଳ ବିହାରୀ ଦେବତାଙ୍କ ପୁଅ ଗୁଡଲୁ ମଧ୍ୟ ଥାଲାସେମିଆ ଯୋଗୁ ଆଖି ବୁଜିଛନ୍ତି । ଏଭଳି କେତେ ଯେ ଜୀବନ ଥାଲାସେମିଆ ନେଲାଣି ତାର ହିସାବ କାହା ପାଖରେ ନାହିଁ । ନା ହସ୍ପିଟାଲ ପାଖରେ ଅଛି ନା ସରକାରଙ୍କ ପାଖରେ ରହିଛି । ହେଲେ ପ୍ରତିବର୍ଷ ଥାଲାସେମିଆରେ ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଛି । 

ଗୁରୁବାର ବିଶ୍ୱ ଥାଲାସେମିଆ ଦିବସ ପାଳନ ହେଉଥିବାବେଳେ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ରିପୋର୍ଟ କହୁଛି, ୨୦୨୪- ୨୫ ମସିହାରେ ୧୦ ଲକ୍ଷ ୫୨ ହଜାର ୧୪୦ ଜଣଙ୍କ ଯାଞ୍ଚ କରାଯାଇଥିଲା । ସେଥିରୁ ୧୪୪୮ ଜଣ ଥାଲାସେମିଆ ରୋଗୀ ଚିହ୍ନଟ ହୋଇଛନ୍ତି । ନିୟମିତ ରକ୍ତ ଆବଶ୍ୟକ କରୁଥିବା ରୋଗୀ ଏବେ ରାଜଧାନୀ ଭୁବନେଶ୍ୱରରେ ରକ୍ତ ଟିକେ ପାଇବା ପାଇଁ କଲବଲ ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଉପରେ ୭ ଶହରୁ ଊଦ୍ଧ୍ୱର୍ ଥାଲାସେମିଆ ରୋଗୀ ନିର୍ଭରଶୀଳ । ଏମାନେ ରକ୍ତଭଣ୍ଡାରରୁ ରକ୍ତ ପାଇବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ କିଏ ମାସକୁ ଗୋଟିଏ ନିୟୁଟ୍‌ ତ ଆଉ କିଏ ଦୁଇ/ତିନି ୟୁନିଟ୍‌ ରକ୍ତ ନିଅନ୍ତି । ହେଲେ ଏବେ ଏହି ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ସମାନ ସ୍ଥିତି ବିଏମ୍‌ସି ହସ୍ପିଟାଲରେ । ଏହାର କାରଣ ଗ୍ରୀଷ୍ମ ଋତୁ ଯୋଗୁ ପୂର୍ବ ଭଳି ରକ୍ତଦାନ ଶିବିର ହେଉନି । 

ରିପୋର୍ଟ ଅନୁସାରେ, ରାଜ୍ୟରେ ସ୍ୱେଚ୍ଛାସେବୀ ରକ୍ତଦାତାଙ୍କ ସଂଖ୍ୟା କମି ଚାଲିଛି । ୨୦୨୧- ୨୨ରେ ୩ ଲକ୍ଷ ୯ ହଜାର ୭୨୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ୨୦୨୨-୨୩ରେ ୩ ଲକ୍ଷ ୩୨ ହଜାର ୬୧୯ ୟୁନିଟ, ୨୦୨୩-୨୪ରେ ୩ ଲକ୍ଷ୬୩ ହଜାର ୯୮୮ ୟୁନିଟ ହୋଇଥିବାବେଳେ ୨୦୨୪-୨୫ରେ ଏହି ସଂଖ୍ୟା ଖସି ଆସି ମାତ୍ର ୨ ଲକ୍ଷ ୮ହଜାର ୭୬୦ ୟୁନିଟ୍‌ରେ ସୀମିତ ରହିଛି । ରାଜ୍ୟରେ ଥାଲାସେମିଆ ରୋଗୀଙ୍କ ପାଇଁ କୌଣସି ଉନ୍ନତ ସୁବିଧା ନ ଥିବା ଥାଲାସେମିଆ ସିକିଲ୍‌ସେଲ୍‌ ସୋସାଇଟି ଅଫ୍‌ ଓଡ଼ିଶା ଅଭିଯୋଗ କରିଛି । ସୋସାଇଟିରେ ଏବେ ୫୬୦୦ ଥାଲାସେମିଆ ରୋଗୀ ପଞ୍ଜୀକରଣ କରିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ୨ଶହ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୋସାଇଟିର ସର୍ଭେ କହୁଛି । ସବୁ ଜିଲ୍ଲା ହସ୍ପିଟାଲ ରକ୍ତଭଣ୍ଡାରରେ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ ୟୁନିଟ୍‌ ନ ଥିବାରୁ ରୋଗୀ କଟକ ଆସୁଛନ୍ତି ନ ହେଲେ ଘରୋଇ ଡାକ୍ତରଖାନାକୁ ଦୌଡି ଖର୍ଚ୍ଚାନ୍ତ ହେଉଛନ୍ତି । 

କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଯୁକ୍ତ ଦୁଇ ଛାତ୍ର ଗିରିଜା ଶଙ୍କର ପଣ୍ଡା । ବୟସ ମାତ୍ର ୨୨ । ପିଲାଟି ବେଳୁ ସେ ଥାଲାସେମିଆରେ ଆକ୍ରାନ୍ତ । ଘରର ଆର୍ଥିକ ସ୍ଥିତି ଭଲ ନାହିଁ । ସେଥିରେ ପୁଣି ମାସକୁ ୫ ଥର କଟକ ବଡ ମେଡିକାଲ ଆସି ରକ୍ତ ନେବାକୁ ପଡୁଛି । ପୁଅକୁ ବଞ୍ଚେଇ ରଖିବା ପାଇଁ ବାପା ବିରଞ୍ଚି ନାରାୟଣ ସବୁ କିଛି ଭୁଲି ଯାଇଛନ୍ତି । ଯଦି ସରକାର ପାଖ ଡାକ୍ତରଖାନାରେ ରକ୍ତ ଯୋଗାଣ ବ୍ୟବସ୍ଥା କରନ୍ତେ ତେବେ ସେ ଆଉ ଅଧିକ ଖର୍ଚ୍ଚାନ୍ତ ହୁଅନ୍ତେ ନାହିଁ ବୋଲି କହିଛନ୍ତି । ସୋସାଇଟିର ସଭାପତି ନିରାକାର ପଣ୍ଡା କହିଛନ୍ତି, ଏବେ ଗଞ୍ଜାମରେ ଅଧିକ ରୋଗୀ ଅଛନ୍ତି । ହେଲେ ଏମ୍‌କେସିଜି ଓ ବୁର୍ଲା ଭିମସାରରେ ହେମାଟୋଲୋଜି ବିଭାଗ ନାହିଁ । ତେଣୁ ବ୍ରହ୍ମପୁର, କୋରାପୁଟ, ଭବାନୀପାଟଣା ଓ ସମ୍ବଲପୁରରେ ସ୍ୱତନ୍ତ୍ର ନୋଡାଲ୍‌ ଥାଲାସେମିଆ ସେଣ୍ଟର ଖୋଲାଯାଉ । ରୋଗୀଙ୍କୁ ଯେପରି ପର୍ଯ୍ୟାପ୍ତ ରକ୍ତ ମିଳିବ ସେ ଦିଗରେ ସରକାର ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.