ଜଗତସିଂହପୁର, ୨୫।୩ : ଜଗତସିଂହପୁର ସାନ ବଜାର ଜଇପୁର ରୋଡ଼ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଜଣେ କଲେଜ ଛାତ୍ରୀଙ୍କ ଜୀବନ ଯାଇଛି । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ତୃପ୍ତିମୟୀ ସାହୁ । ସେ ଗାଦିବ୍ରହ୍ମ ମହିଳା କଲେଜରେ ଯୁକ୍ତ ୩ର ଛାତ୍ରୀ ଥିଲେ ।
ଛାତ୍ରୀ ଜଣଙ୍କ ସାଇକେଲରେ କଲେଜ ଯାଇଥିଲେ । ଆଉ କ୍ଲାସ୍ ସରିବା ପରେ ସାଇକେଲରେ ଘରକୁ ଫେରୁଥିଲେ । ଏହି ସମୟରେ ଏକ କାର ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ତେବେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକ ଜଗତସିଂହପୁର-ଜଇପୁର ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ କାର୍କୁ ମଧ୍ୟ ଜବତ କରିଛି ପୋଲିସ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।