ରାଜଗାଙ୍ଗପୁର, ୨୫/୯ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୋଲିସ ସହରର ବଗିଚାପଡା ସ୍ଥିତ ଏକ ଗୋଦାମ ଘରେ ଚଢଉ କରି ପ୍ରାୟ ୧ଟନରୁ ଊର୍ଦ୍ଧ୍ବ ବେଆଇନ ବାଣ ଜବତ କରିଛି । ଚଢାଉ ପରେ ବ୍ୟବସାୟୀ ଜଣକ ଫେରାର ହୋଇଯାଇଛି।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଗୋଦାମ ଘରର ତାଲା ଭାଙ୍ଗି ଗୋଦାମ ଭିତରୁ ବିଭିନ୍ନ ପ୍ରକାରର ବାଣ ପେଟି ଜବତ କରିଛି । ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରୁଛି । ବାଣ ବ୍ୟବସାୟୀ ଜଣକ ଫେରାର ଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଛି ।