ନୂଆଦିଲ୍ଲୀ : ୨୦୨୩ରୁ ଏବେସୁଦ୍ଧା ଆମେରିକାର ଅତି କମରେ ୯ରୁ ୧୦ ଜଣ ବରିଷ୍ଠ ବୈଜ୍ଞାନିକଙ୍କ ରହସ୍ୟମୟ ଢଙ୍ଗରେ ନିଖୋଜ ହେବା କିମ୍ୱା ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ମାମଲା ପୂରା ଆମେରିକୀୟ ସୁରକ୍ଷା ଏବଂ ଗୁଇନ୍ଦା ୟୁନିଟରେ ଆତଙ୍କ ଖେଳାଇ ଦେଇଛି। ଏହି ବୈଜ୍ଞାନିକମାନେ ପରମାଣୁ ଅସ୍ତ୍ର , ଉନ୍ନତ ଏୟରୋସ୍ପେସ୍ ପ୍ରଯୁକ୍ତିବିଦ୍ୟା ଓ ଫ୍ୟୁଜନ ରିସର୍ଚ୍ଚ ଭଳି ସମ୍ୱେଦନଶୀଳ କ୍ଷେତ୍ରରେ ନିୟୋଜିତ ଥିଲେ। ଏବେ ଏହା ଉପରେ ପ୍ରଥମ ଥର ହ୍ୱାଇଟ୍ ହାଉସ୍ ପକ୍ଷରୁ ପ୍ରତିକ୍ରିୟା ଆସିଛି।

ବୁଧବାର ପ୍ରେସ୍ ବ୍ରିଫିଂ ବେଳେ ଯେବେ ସାମ୍ୱାଦିକ ପିଟର ଡୁସି ,ପ୍ରେସ୍ ସଚିବ କରୋଲାଇନ ଲେଭିଟଙ୍କୁ ଅତି ଗୋପନୀୟ ପ୍ରକଳ୍ପ ଗୁଡ଼ିକରେ କାର୍ଯ୍ୟ କରୁଥିବା ବୈଜ୍ଞାନିକଙ୍କ ସହସ୍ୟମୟ ମୃତ୍ୟୁ ଓ ନିଖୋଜ ହେବା ବିଷୟରେ ପ୍ରଶ୍ନ କରିଥିଲେ, ତ ଲେଭିଟ୍ କହି ଥିଲେ ଯେ , ମୁଁ ଏହି ରିପୋର୍ଟକୁ ଦେଖିଛି, କିନ୍ତୁ ସମ୍ୱୋଧିତ ଏଜେନ୍ସି ସହ ବର୍ତ୍ତମାନ ସୁଦ୍ଧା କଥା ହୋଇ ନାହିଁ। ମୁଁ ନିଶ୍ଚିତ ରୂପେ ତାଙ୍କ ସହ କଥା ହେବି ଏବଂ ଆପଣଙ୍କୁ ଉତ୍ତର ଦେବି। ଯଦି ଏହା ସତ , ତ ଏହା ନିଶ୍ଚିତ ଏମିତି ମାମଲା ଅଛି , ଯାହାର ଯାଞ୍ଚ ଏହି ସରକାର ଓ ପ୍ରଶାସନ ପାଇଁ ଜରୁରୀ ହେବ।

ପ୍ରକୃତ କଥା ହେଲା , ଏହି ଘଟଣା ମୁଖ୍ୟ ରୂପେ ଲସ୍ ଏଲାମୋସ ନ୍ୟାସନାଲ ଲାବୋରେଟରୀ , ନାସା ଜେଟ୍ ପ୍ରୋପଲ୍ସନ ଲେବୋରେଟରୀ (ଜେପିଏଲ) ଓ ଏମଆଇଟି ପ୍ଲାଜମା ସାଇନ୍ସ ଆଣ୍ଡ ଫ୍ୟୁଜନ ସେଣ୍ଟର ଭଳି ଉଚ୍ଚ ସୁରକ୍ଷା ଥିବା ସଂସ୍ଥା ସହ ଜଡ଼ିତ। ଏହି କେନ୍ଦ୍ର ପରମାଣୁ ଅସ୍ତ୍ର ବିକାଶ , ଆଡଭାନ୍ସଡ୍ ପ୍ରପଲସନ ସିଷ୍ଟମ ଏବଂ ଆଗାମୀ ପିଢିର ଶକ୍ତି ପ୍ରଯୁକ୍ତିବିଦ୍ୟା ଗୁଡ଼ିକ ଉପରେ କାମ କରନ୍ତି।

ରିପୋର୍ଟ ଅନୁସାରେ , ଅନେକ ନିଖୋଜ ବୈଜ୍ଞାନିକ ନିଜ ଘରୁ କେବଳ ଖାଲି ପାଦରେ ବାହାରି ଥିଲେ ଏବଂ ଫୋନ , ବ୍ୟାଗ୍ , ଚାବି ଭଳି ଜରୁରୀ ଜିନିଷ ଘରେ ହିଁ ଛାଡ଼ି ଯାଇଥିଲେ। କିଛି ମାମଲାରେ ବୈଜ୍ଞାନିକଙ୍କ ହଠାତ୍ କିମ୍ୱା ହିଂସାତ୍ମକ ମୃତ୍ୟୁ ମଧ୍ୟ ରୁଜୁ କରାଯାଇଛି। ପୂର୍ବତନ ଏଫବିଆଇ ଅଧିକାରୀ ଓ ବିଶେଷଜ୍ଞଙ୍କ ଅନୁସାରେ , ଗୋପନୀୟ ସୂଚନା ବିଷୟରେ ଅବଗତ ଏହି ବୈଜ୍ଞାନିକଙ୍କ ଉପରେ ଗୁଇନ୍ଦା , ଟାର୍ଗେଟେଡ୍ ଅପହରଣ କିମ୍ୱା ଅନ୍ୟ ବିପଦର ଆଶଙ୍କାକୁ ଏଡେଇ ଦିଆଯାଇ ପାରିବ ନାହିଁ।

ଆହୁରି ମଧ୍ୟ ପଢନ୍ତୁ :  ଦକ୍ଷିଣ ଚୀନ ସାଗରରେ ‘ଚକ୍ରବ୍ୟୁହ’ ରଚିଲା ଡ୍ରାଗନ; ସମୁଦ୍ରର ଏହି ପଏଣ୍ଟକୁ କରିଦେଲା ସିଲ୍, ଚିନ୍ତାରେ ଆମେରିକା !