ନୂଆଦିଲ୍ଲୀ, ୧୫/୧୦ : ୨୦୨୩ରେ ପରଦାକୁ ଆସିଥିଲା ବିରୁପକ୍ଷ ନାମକ ହରର୍ ଫିଲ୍ମ । ଏହି ଫିଲ୍ମର ବଜେଟ ପ୍ରାୟ ୪୦କୋଟିର ଥିଲା । କିନ୍ତୁ ଏହା ବକ୍ସ ଅଫିସରେ ୧୦୩କୋଟି ଟଙ୍କାର କଲେକ୍ସନ କରିଥିଲା । ଫିଲ୍ମର ହିରୋ ସାଇ ଧରମ ତେଜ ଥିଲେ । କିନ୍ତୁ ଏବେ ସେହି ସାଇ ଧରମ ତେଜ ସାଇ ଦୁର୍ଗା ତେଜ ହୋଇଯାଇଛନ୍ତି ଏବଂ ବିରୁପକ୍ଷର ସଫଳତା ପରେ ପୁଣି ଏକ ଧମାକା ନେଇ ଆସୁଛନ୍ତି ।
ମେଗା ହିରୋ ସାଇ ଦୁର୍ଗା ତେଜ ନିଜ ୧୮ତମ ଫିଲ୍ମର ଘୋଷଣା କରିଛନ୍ତି । ଏହି ଫିଲ୍ମର ନିର୍ଦେଶନା ରୋହିତ କେପି କରୁଛନ୍ତି ଏବଂ ଏହାକୁ ପ୍ରାଇମ ଶୋ ଏଣ୍ଟରଟେନମେଣ୍ଟର ନିରଞ୍ଜନ ରେଡ୍ଡି ଏବଂ ଚ୍ୟାତନ୍ୟ ରେଡ୍ଡିଙ୍କ ଦ୍ବରା ବିଗ୍ ବଜେଟରେ କରାଯାଉଛି । ଯିଏ ପ୍ରଥମେ ହୁନୁମାନ ଭଳି ପ୍ୟାନ ଇଣ୍ଡିଆ ବ୍ଲକବଷ୍ଟର ଫିଲ୍ମର ନିର୍ମାଣ କରିଥିଲେ । ସାଇ ଦୁର୍ଗା ତେଜଙ୍କ ଜନ୍ମଦିନ ଅବସରରେ ନିର୍ମାତା ଏକ ମଜାଳିଆ ଭିଡ଼ିଓ ରିଲିଜ କରିଛନ୍ତି ।
It’s a long wait for the Battle Grounds
— Sai Dharam Tej (@IamSaiDharamTej) October 15, 2024
I’m here now... #SDT18 🔥@AishuL_ @rohithkp_dir @vetrivisuals @Niran_Reddy @Chaitanyaniran @Primeshowtweets pic.twitter.com/a5XvU1qmTa