ଭୁବନେଶ୍ଵର, ୧୨/୦୫ : ରାଜଧାନୀରୁ ପୁଣି ହାଇଡ୍ରୋପୋନିକ ଉଇଡ୍ ଜବତ। ଭୁବନେଶ୍ଵର ବିମାନ ବନ୍ଦରରୁ ୪ କୋଟି ଟଙ୍କାର ହାଇଡ୍ରୋଫୋନିକ ଉଇଡ୍ ଜବତ ହୋଇଛି। ମଙ୍ଗଳବାର ସକାଳେ ଇଣ୍ଡିଗୋ ଫ୍ଲାଇଟ୍ ଯୋଗେ ବ୍ୟାଙ୍କକକରୁ ଭୁବନେଶ୍ଵର ଆଣୁଥିଲେ ଅଭିଯୁକ୍ତ। ଏୟାରପୋର୍ଟରେ ଧରିଲା ଡିଆରଆଇ ଓ କଷ୍ଟମ ବିଭାଗ। ୨ ତାମିଲ ଯୁବକ ଅଟକ।
ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଭୁବନେଶ୍ଵର ବିମାନ ବନ୍ଦରରୁ ୧୧ କିଲୋ ହାଇଡ୍ରୋପୋନିକ ଉଇଡ୍ ଜବତ ହୋଇଛି। ଇଣ୍ଡିଗୋ ଫ୍ଲାଇଟ୍ ଯୋଗେ ୨ ଯୁବକ ବ୍ୟାଙ୍କକକରୁ ଭୁବନେଶ୍ଵର ଆଣୁଥିଲେ। ଏନେଇ ଖବର ପାଇ ଡିଆରଆଇ ଓ କଷ୍ଟମ ବିଭାଗ ଏୟାରପୋର୍ଟରେ ଚଢାଉ କରିଥିଲା। ମିଳିତ ଅପରେସନରେ ପ୍ରାୟ ୪ କୋଟି ଟଙ୍କାର ହାଇଡ୍ରୋପୋନିକ ଉଇଡ୍ ଜବତ ହୋଇଛି। ଏହା ସହ ୨ ଜଣ ତାମିଲ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି।..
ଏହି ଖବରଟିକୁ ପଢନ୍ତୁ- Encounter : ଝାରସୁଗୁଡ଼ାରେ ଏନକାଉଣ୍ଟର, ୨ ଅପରାଧୀ ଆହତ