ଭୁବନେଶ୍ୱର,୨୧/୦୮: ଏନ୍ଏଚ୍ନଂ ୧୬ର ଖଣ୍ଡଗିରି ଫ୍ଲାଏ ଓଭରବ୍ରିଜ୍ରେ ଗ୍ରେଟ୍ ସେପାରେଟର ଷ୍ଟ୍ରକ୍ଚର ମରାମତି କରାଯିବ । ଏଥିପାଇଁ ଗୁରୁବାରଠୁ ଓଭରବ୍ରିଜ୍ରେ ଗାଡ଼ି ମୋଟର ଯାତାୟତ ବନ୍ଦ କରାଯାଇଛି । ଏନ୍ଏଚ୍ରେ ଭୁବନେଶ୍ୱର ପଟୁ ଖୋର୍ଦ୍ଧା ଆଡ଼କୁ ଯାଉଥିବା ଗାଡ଼ି ଖାରବେଳ ହୋଟେଲଠାରୁ ବାମକୁ ମୁହାଁଇ ଓଭରବ୍ରିଜ୍ର ସର୍ଭିସ ରାସ୍ତାରେ ଯିବ । ଖଣ୍ଡଗିରି ପେଟ୍ରୋଲ ପମ୍ପ ପରେ କସମୋପଲିସ କଟ୍ଠାରୁ ପାତ୍ରପଡ଼ାକୁ ଲମ୍ବିଥିବା ଓଭରବ୍ରିଜ୍କୁ ଉଠିବ । ଟ୍ରାଫିକ୍ ପୁଲିସ ପକ୍ଷରୁ ଏହି କଟକଣା ଜାରି ହୋଇଛି । ଆସନ୍ତା ସେପ୍ଟେମ୍ବର ପହିଲା ଯାଏଁ ଏହି ଟ୍ରାଫିକ୍ କଟକଣା ବଳବତ୍ତର ରହିବ ।
ଟ୍ରାଫିକ୍ ନିର୍ଦ୍ଦେଶନାମା ।@DMKhordha @bmcbbsr @BDA_BBSR @odisha_police @cpbbsrctc @STAOdisha @CRUT_BBSR @IPR_Odisha @dcpbbsr pic.twitter.com/ZRTPaZN9UA
— DCP TRAFFIC, BHUBANESWAR-CUTTACK (@DCP_TRAFFIC) August 20, 2025