ଭୁବନେଶ୍ୱର,୨୧/୦୮: ଏନ୍‌ଏଚ୍‌ନଂ ୧୬ର ଖଣ୍ଡଗିରି ଫ୍ଲାଏ ଓଭରବ୍ରିଜ୍‌ରେ ଗ୍ରେଟ୍‌ ସେପାରେଟର ଷ୍ଟ୍ରକ୍‌ଚର ମରାମତି  କରାଯିବ । ଏଥିପାଇଁ ଗୁରୁବାରଠୁ  ଓଭରବ୍ରିଜ୍‌ରେ ଗାଡ଼ି ମୋଟର ଯାତାୟତ ବନ୍ଦ  କରାଯାଇଛି । ଏନ୍‌ଏଚ୍‌ରେ ଭୁବନେଶ୍ୱର ପଟୁ ଖୋର୍ଦ୍ଧା ଆଡ଼କୁ ଯାଉଥିବା ଗାଡ଼ି ଖାରବେଳ ହୋଟେଲଠାରୁ ବାମକୁ ମୁହାଁଇ ଓଭରବ୍ରିଜ୍‌ର  ସର୍ଭିସ ରାସ୍ତାରେ ଯିବ । ଖଣ୍ଡଗିରି ପେଟ୍ରୋଲ  ପମ୍ପ ପରେ କସମୋପଲିସ କଟ୍‌ଠାରୁ  ପାତ୍ରପଡ଼ାକୁ ଲମ୍ବିଥିବା ଓଭରବ୍ରିଜ୍‌କୁ ଉଠିବ ।  ଟ୍ରାଫିକ୍‌ ପୁଲିସ ପକ୍ଷରୁ ଏହି କଟକଣା ଜାରି  ହୋଇଛି । ଆସନ୍ତା ସେପ୍ଟେମ୍ବର ପହିଲା ଯାଏଁ  ଏହି ଟ୍ରାଫିକ୍‌ କଟକଣା ବଳବତ୍ତର ରହିବ ।