ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପାକିସ୍ତାନ ଆର୍ମି ଚେକ୍ ପୋଷ୍ଟରେ ଆତ୍ମଘାତୀ ଆକ୍ରମଣ, ୧୨ ସୈନିକଙ୍କ ମୃତ୍ୟୁ

Published By : Harapriya Biswal | November 20, 2024 4:09 PM

ଇସଲାମାବାଦ,୨୦।୧୧: ଆତ୍ମଘାତୀ ବିସ୍ଫୋରଣରେ ପୁଣି ଥରିଲା ପଡୋଶୀ ଦେଶ ପାକିସ୍ତାନ। ଉତ୍ତର ପଶ୍ଚିମ ଖୈବର ପଖତୁନଖ୍ବାରେ ଏକ ବିସ୍ଫୋରକ ଭର୍ତ୍ତି ବାହାନ ସୁରକ୍ଷାକର୍ମୀଙ୍କ ଚେକ୍ ପୋଷ୍ଟରେ ମାଡ଼ ହୋଇଥିଲା। ଫଳରେ ୧୨ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ଏନେଇ ସେନା ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଏହାପରେ ହୋଇଥିବା ସଂଘର୍ଷରେ ୬ ଜଣ  ଆତଙ୍କୀ ନିହତ ହୋଇଛନ୍ତି।

ପାକିସ୍ତାନ ସେନାର ମିଡିଆ ଶାଖା ଇଣ୍ଟର ସର୍ଭିସେଜ୍ ପବ୍ଲିକ ରିଲେସନ୍ସ(ଆଇଏସ୍‌ପିଆର) କହିଛି ଆତଙ୍କବାଦୀମାନେ ମଙ୍ଗଳବାର ବିଳମ୍ବିତ ରାତିରେ ବନ୍ନୁ ଜିଲ୍ଲାର ମାଲିଖେଲ ଅଞ୍ଚଳରେ ଚେକିଂ ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁରକ୍ଷାବଳ ଏହାକୁ ବିଫଳ କରିଦେଇଥିଲେ।

ଏହି ଆକ୍ରମଣ ସେହି ସମୟରେ ହୋଇଥିଲା ଯତେବେଳେ ଦିନକ ପୂର୍ବରୁ ଦେଶର ନାଗରିକ ଓ ସେନା ନେତୃତ୍ବ ମଙ୍ଗବାର ବେଲୁଚିସ୍ତାନରେ ଆତଙ୍କୀ ସଂଗଠନ ବିରୋଧରେ ବ୍ୟାପକ ସାମରିକ ଅଭିଯାନକୁ ମଞ୍ଜୁରୀ ଦେଇଥିଲା। ପୁରା ଦେଶରେ ବିଶେଷ ଭାବରେ ବେଲୁଚିସ୍ତାନ ଓ ଖୈବର ପଖୁତୁନଖ୍ବାରେ ଗତ ବର୍ଷଠାରୁ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଯେଉଁ ବନ୍ନୁ ଜିଲ୍ଲାରେ ଏହି ଘଟଣା ଘଟିଛି, ସେଠାରେ ନିକଟରେ ଉଗ୍ରବାଦୀ ଓ ଆତଙ୍କୀ ହିଂସା ବୃଦ୍ଧି ପାଇଛି। ଏଥିରେ ପୋଲିସ କର୍ମଚାରୀଙ୍କୁ ଅପହରଣ, ଝିଅଙ୍କୁ ସ୍କୁଲରେ ଆକ୍ରମଣ ଓ ଗୁଳିମାଡ଼ ଭଳି ଘଟଣା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.