ବାସୁଦେବପୁର,୧୨/୩: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ  ବାଗଦା ବିନାୟକପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ୧୨ ବଖରା ଘର।ଘରର ସମସ୍ତ ଆସବାହପତ୍ର ପୋଡି ପାଉଁଶ ହୋଇଯାଇଛି। ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । 

ଆହୁରି ପଢନ୍ତୁ-କୋକସରା ବ୍ଲକରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୩ ଗୁରୁତର​​​​​​​

ବିପନ୍ନ ପରିବାର ହରିହର  ଓଝା, ଶଶିକାନ୍ତ ଓଝା, ମନହର ଓଝା, ଉଦୟନାରାୟଣ ଓଝା, ଅକ୍ଷୟ ଓଝା ଓ ରମେଶ ଓଝା ଙ୍କର ବୋଲି ଜଣାପଡିଛି। ଗତକାଲି ଘରେ ସମସ୍ତେ ଖାଇପିଇ ଶୋଇଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ବାସିନ୍ଦା ନିଆଁ ଲାଗିଥିବା ଦେଖି ଓଝା ପରିବାରକୁ ଡାକ ପକାଇଥିଲେ। ପରିବାର ଲୋକେ ପ୍ରାଣ ବିକଳରେ ଘରୁ ବାହାରକୁ ବାହାରି ଆସିଥିଲେ। ପରେ ସ୍ଥାନୀୟଲୋକେ ବାସୁଦେବପୁର ଦମକଳବାହିନୀକୁ ଖବର କରିବା ସହିତ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ଦମକଳବାହିନୀ ପହଞ୍ଚିବା ବେଳକୁ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ଖବରପାଇ ଆଜି ସକାଳେ ସ୍ଥାନୀୟ ସରପଞ୍ଚ ସମେତ ଆରଆଇ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରକୁ ଆଶ୍ୱାସନା ଦେବା ସହିତ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।