ମୋରଡା,୨୫।୨ : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ମାରିବା ଘଟଣାରେ ପୋଲିସ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ହୋଇଥିବା ବ୍ୟକ୍ତିମାନେ ହେଲେ ଡେଙ୍ଗାଶୋଳ ଗ୍ରାମର ଶିବ ମାଝୀ, ପାଣ୍ଡୁ ମାଝୀ,ଖୁଦିରାମ ମୁର୍ମୁ,ରାଇସେନ ଟୁଡୁ,ସୁରେନ୍ଦ୍ର ସିଂ,ଦୁଖିଆ ବିନ୍ଧାଣୀ ଏବଂ ସମାଇଡ଼ିହି ଗ୍ରାମର ଦୁଃଖିରାମ ବିନ୍ଧାଣୀ,ସୁନାରାମ ମାର୍ଣ୍ଡି,ଭୁଣ୍ଡା ଟୁଡୁ,ବାବୁଲୁ ମାର୍ଣ୍ଡି। ସେହିପରି ଅନ୍ୟ ଚାରିଜଣ ହେଲେ ହାଣ୍ଡିଭଙ୍ଗା ଗ୍ରାମର କ୍ରିଷ୍ଣା ଭକ୍ତା,ରାମଦାସ ହାଁସଦା,ହୃଦାନନ୍ଦ ମହାନ୍ତ ଏବଂ ଭୈରଙ୍ଗିଶୋଳ ଗ୍ରାମର ମୋହନ ହାଁସଦା।