ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ସିଭିଲ୍ ସର୍ବିସ୍‌ରେ ସଫଳତା ପାଇଲେ ଜମ୍ମୁ କାଶ୍ମୀର ଓ ଲଦାଖର ୧୪ ଛାତ୍ରଛାତ୍ରୀ...

Published By : prameya | April 23, 2025 12:39 PM

ନୂଆଦିଲ୍ଲୀ,୨୩/୦୪: ଗତକାଲି ପ୍ରକାଶ ପାଇଛି  ଭାରତୀୟ ପ୍ରଶାସନିକ ସେବା ରେଜଲ୍ଟ । ଯେଉଁଥିରେ ଆଇଏଏସ ଟପ୍ପର ହୋଇଛନ୍ତି ଶକ୍ତି ଦୁବେ । ସେହିପରି  ଜମ୍ମୁ କାଶ୍ମୀରର ୧୨ ଜଣ ଏବଂ ଲଦାଖର ଦୁଇଜଣ ପ୍ରାର୍ଥୀ ୟୁପିଏସସି ପରୀକ୍ଷା ୨୦୨୪ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ପୂର୍ବରୁ ସରକାରୀ ଚାକିରିରେ ମଧ୍ୟ ଅଛନ୍ତି । 

ଚଳିତବର୍ଷର ଚୂଡ଼ାନ୍ତ ତାଲିକାରେ ଥିବା ଜାମ୍ମୁ କାଶ୍ମୀର ରାଜୌରୀର ଇରାମ ଚୌଧୁରୀ ଅଲ୍ ଇଣ୍ଡିଆ ରାଙ୍କରେ ୪୦, ମହମ୍ମଦ ମୁନୀବ ଭଟ୍ଟ ୧୩୧, ଅକ୍ଷୟ ପରିହାର ୨୬୧, ମହମ୍ମଦ ହାରିସ୍ ମୀର ୩୧୪, ମନିଲ ବେଜୋତ୍ରା ୪୦୧, ଆକାଶ ଗୁପ୍ତା ୪୩୧, ସାଦିଫ୍ ମଲିକ୍ ୭୪୨, ୟାସର ଅହମ୍ମଦ ଭଟ୍ଟି ୭୬୮, ନାଜିର ଅହମ୍ମଦ ବିଜରାନ୍ ୮୪୭, ଜବାହାର ନଗର, ରାଜୌରୀରୁ ବିଶାଲ ଦୀପ ଚନ୍ଦନ ୮୧୦, ନୌଶେରାରୁ ହରଜୋତ ସିଂହ୯୪୮ ଏବଂ ପୀରଜାଦା ଉମର ୮୧୮ ରାଙ୍କରେ ଅଛନ୍ତି। ସେହିପରି  କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରୁ ରିଗଜେନ୍ ଆଙ୍ଗମୋ ଏବଂ ଗୁଲାମ ହାଇଦର ଯଥାକ୍ରମେ ଅଲ୍ ଇଣ୍ଡିଆ ରାଙ୍କ  ୮୪୮ ଏବଂ ୬୩୩ ସହିତ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି। 

ତେବେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରେ ରାଜୌରୀର ଇରାମ ଚୌଧୁରୀ ପୂର୍ବରୁ ୟୁପିଏସି ୨୦୨୩ରେ ୮୫୨ରାଙ୍କ ସହିତ ଯୋଗ୍ୟତା ହାସଲ କରିଥିବାରୁ ସେ ପୁଣି ଥରେ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ଯାହା ଜନସେବା ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି। ବର୍ତ୍ତମାନ ଜମ୍ମୁ ଏବଂ କାଶ୍ମୀର ପୋଲିସ ସେବା ରେ କାର୍ଯ୍ୟରତ ମହମ୍ମଦ ମୁନୀବ ଭଟ୍ ୧୩୧ ରାଙ୍କ ପାଇଛନ୍ତି। ଉତ୍ତର କାଶ୍ମୀରର ହଣ୍ଡୱାରାର ମହମ୍ମଦ ହାରିସ ମିର, ଯିଏ ଅଲ୍ ଇଣ୍ଡିଆ ରାଙ୍କ ୩୧୪ ହାସଲ କରିଛନ୍ତି, ସେ ମଧ୍ୟ ପୂର୍ବ ବର୍ଷରେ ୟୁପିଏସି ପରୀକ୍ଷାରେ ୩୪୫ ରାଙ୍କ ସହିତ ଯୋଗ୍ୟତା ହାସଲ କରିଥିଲେ ଏବଂ ଭାରତୀୟ ରାଜସ୍ୱ ସେବା ପାଇଁ ମନୋନୀତ ହୋଇଥିଲେ।

ୟୁପିଏସି ଫଳାଫଳ ଅନୁସାରେ, ଶକ୍ତି ଦୁବେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୪ରେ ଟପ୍ପର ହୋଇଛନ୍ତି। ଦ୍ୱିତୀୟରେ ହର୍ଷିତା ଗୋୟଲ । ଡୋଙ୍ଗ ଅର୍ଚିତ ପରାଗ ତୃତୀୟ ସ୍ଥାନରେ ରହିଥିବାବେଳେ ଚତୁର୍ଥରେ ଚିରାଗ ଓ ପଞ୍ଚମରେ ଆକାଶ ଗର୍ଗ ରହିଛନ୍ତି । ତେବେ ଟପ୍ପର ଦୁବେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ଜୈବ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ଶ୍ରେଷ୍ଠ ପାଞ୍ଚ ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଦୁଇଜଣ ପୁରୁଷ ଅଛନ୍ତି ଥିବାବେଳେ ଶ୍ରେଷ୍ଠ ୨୫ ପ୍ରାର୍ଥୀଙ୍କ ମଧ୍ୟରେ ୧୧  ଜଣ ମହିଳା ଏବଂ ୧୪  ଜଣ ପୁରୁଷ ଅଛନ୍ତି। ପ୍ରକାଶ ଥାଉକି,  ୟୁପିଏସି ପରୀକ୍ଷା ୨୦୨୪ ଜୁନ୍ ୧୬ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ପାଇଁ ମୋଟ ୯,୯୨,୫୯୯ ପ୍ରାର୍ଥୀ ଆବେଦନ କରିଥିଲେ। ଯେଉଁଥିରୁ ୫,୮୩,୨୧୩ ପ୍ରାର୍ଥୀ ପରୀକ୍ଷାରେ ଯୋଗ ଦେଇଥିଲେ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.