ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହୁମାଛି ଆକ୍ରମଣରେ ୧୪ ଛାତ୍ରଛାତ୍ରୀ ଗୁରୁତର

Published By : Suraj Kumar | November 4, 2024 10:38 PM

ନୀଳଗିରି,୪।୧୧(ଆ.ପ୍ର): ନୀଳଗିରି ବ୍ଲକ ଜାମୁଡ଼ିହାଠାରେ ଥିବା ଆଦର୍ଶ ବିଦ୍ୟାଳୟରେ  ମହୁମାଛି ଆକ୍ରମଣରେ ୧୪ ଜଣ ଛାତ୍ରଛାତ୍ରୀ ଗୁରୁତର  ହୋଇଛନ୍ତି। 

 ଉକ୍ତ ବିଦ୍ୟାଳୟରେ ୨ଟି କୋଠରୀ କବାଟରେ ଦୀର୍ଘଦିନ ହେବ ମହୁଫେଣା ଝୁଲି ରହିଥିଲା। ସୋମବାର ଉକ୍ତ ବିଦ୍ୟାଳୟର ପିଲାମାନେ ପରୀକ୍ଷା ଦେବା ପାଇଁ ଯାଉଥିବା ସମୟରେ ମହୁମାଛି ଆକ୍ରମଣ କରିଥିଲେ । ତମନ୍ନା ପରିଡ଼ା, ଦିବ୍ୟାନୀ ବେହେରା, ଦିବ୍ୟଜ୍ୟୋତି ମହାନ୍ତି, ପ୍ରେରଣା ପ୍ରିୟଦର୍ଶିନୀ ବେହେରା, ପ୍ରତ୍ୟୁଷ ମଣ୍ଡଳ, କୁନାଲକ୍ରିଷ୍ଣା ସ, ବିକାଶ ବିନ୍ଧାଣୀ, ହିମାଂଶୁ ଶେଖର ବେହେରା, ବିଶ୍ୱଜିତ ମଲିକ, ଦେବାଂଶୁ ଶେଖର ସାହୁ, ଦିବ୍ୟରଞ୍ଜନ ମହାରଣା, ବର୍ଷାରାଣୀ ଦାସ, ଦେବସ୍ମିତା ସେଠୀ, ସ୍ମୃତିରେଖା ବାରିକ ପ୍ରମୁଖ ୧୪ଜଣ ଛାତ୍ରଛାତ୍ରୀ ଏଥିରେ ଗୁରୁତର ହୋଇଥିଲେ। ସ୍କୁଲ କର୍ତ୍ତୃପକ୍ଷ  ବରମପୁର ଡାକ୍ତରୀ ଟିମ ଡକାଇ ଗୁରୁତର ଥିବା ଛାତ୍ରଛାତ୍ରୀଙ୍କୁ  ଚିକିତ୍ସା କରାଇଛନ୍ତି।

ଉକ୍ତ ଘଟଣା ସମ୍ପର୍କରେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ହେମନ୍ତ ମଣ୍ଡଳଙ୍କୁ ପଚରାଯିବାରୁ ଉକ୍ତ ସ୍ଥାନରେ ମହୁଫେଣା ନଥିଲା, ମହୁମାଛିମାନେ ହଠାତ କେଉଁଠୁ ଉଡ଼ି ଆସି ପିଲାଙ୍କୁ ଆକ୍ରମଣ କରିଥିଲେ ବୋଲି କହିଛନ୍ତି। ବାଲେଶ୍ୱର ଜିଲ୍ଲାପାଳ ଉକ୍ତ ଘଟଣା ଉପରେ ତଦନ୍ତ କରିବାକୁ ଦାବି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.