ଚଢ଼େଇଭୋଳ/କରଞ୍ଜିଆ ୧୨/୫ (ଆ:ପ୍ର ) : ଟ୍ରକ-ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଓଲଟିଲା ବସ୍। ୧୫ ଯାତ୍ରୀ ଗୁରୁତର। ସମସ୍ତଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚଢ଼େଇଭୋଳ ଛକଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ଯଶିପୁର ପଟୁ ଆସୁଥିବା (ନଂ ଟ୍ରକ୍ ଓଡ଼ି ୦୯ ଏମ ୨୪୩୨) କେନ୍ଦୁଝର ପଟୁ ବଲାଣି ରୁ କରଞ୍ଜିଆ ଆସୁଥିବା ଶିବ ଶକ୍ତି ବସକୁ ଚଢ଼େଇଭୋଳ ଛକଠାରେ ଧକ୍କା ଦେଇଥିଲା। ଫଳରେ ବସଟି ଓଲଟି ପଡ଼ିବାରୁ ବହୁ ଯାତ୍ରୀ ଆହତ ହେବା ସହିତ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି l ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହିତ ସମସ୍ତଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିଲେ l
ସୂଚନାଯୋଗ୍ୟ ଯେ ଏଠାରେ ବାରମ୍ବାର ଦୁର୍ଘଟଣା ହେବାର କାରଣ ହେଉଛି ଏଠାରେ ଓଭର ବ୍ରିଜ ନାହିଁ l ଏପ୍ରୋଚ ରୋଡ ଥିଲା ଏନ ଏଚ ହେଲା ପରେ ଆଉ ତାହା ହୋଇ ନଥିଲା l ବସଷ୍ଟାଣ୍ଡ ଟିଏ ମଧ୍ୟ ନାହିଁ l ତୁରନ୍ତ ଏହାର ସମାଧାନ ନିମନ୍ତେ ଜନସାଧାରଣ ଦାବି କରିଛନ୍ତି ।