ପୁରୀ,୩୦/୧୦ :‌ ପୁରୀ ରେଲୱେ ଷ୍ଟେସନରୁ ୧୫୦ଟି ଗୁଳି ଜବତ l ୧୨୮୦୨ପୁରୁଷୋତ୍ତମ ଏକ୍ସପ୍ରେସ ଏସ୨ ସ୍ଲିପର କୋଚ ବଗିର ସିଟ ତଳୁ ଜବତ ହୋଇଛି ଗୁଳି l ସନ୍ଦିଗ୍ଧ ଅବସ୍ଥାରେ ଏକ କଳା ବ୍ୟାଗକୁ ଆରପିଏଫ ଦ୍ବାରା ଯାଞ୍ଚ କରାଯାଇଥିଲା । 

ଏହି ସମୟରେ ଉକ୍ତ ବ୍ୟାଗକୁ ଜବତ କରାଯାଇଥିବାବେଳେ ତାହା ଭିତରୁ ୧୫୦ଟି ୮ଏମଏମ ଗୁଳି ଉଦ୍ଧାର ହୋଇଛି  l ଏ ନେଇ ଆରପିଏଫ ପକ୍ଷରୁ ଜିଆରପି ପୋଲିସକୁ ଅବଗତ କରାଇଥିବାବେଳେ ଜିଆରପି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି l