ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦିଲ୍ଲୀ ବିଧାନସଭା ନିର୍ବାଚନ; ୧,୫୨୧ ନାମାଙ୍କନ ପତ୍ର ଦାଖଲ କଲେ ୯୮୧ ପ୍ରାର୍ଥୀ

Published By : Anindita Ratha | January 18, 2025 1:02 PM

ନୂଆଦିଲ୍ଲୀ, ୧୮/୦୧: ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ । ଏନେଇ ସରଗରମ ରାଜନୀତି । ରାଜନୈତିକ ଦଳଙ୍କ ଜୋରସୋର ଚାଲିଛି ପ୍ରଚାର ପ୍ରସାର । ଏହାରି ମଧ୍ୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଜାନୁଆରୀ ୧୭ ତାରିଖରୁ ଶେଷ ହୋଇଛି । ଜାନୁଆରୀ ୧୦ ରୁ  ଜାନୁଆରୀ ୧୭ ମଧ୍ୟରେ ୭୦ ବିଧାନସଭା ଆସନରେ ୯୮୧ ପ୍ରାର୍ଥୀ ମୋଟ୍ ୧,୫୨୧ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଉ ଏମାନଙ୍କ ମଧ୍ୟରୁ ୬୮୦ଜଣ କେବଳ ୧୭ ତାରିଖରେ ପ୍ରର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। 

ତେବେ ଦିଲ୍ଲୀ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଦିଲ୍ଲୀ ବିଧାନସଭା ଆସନରେ ସର୍ବାଧିକ ନାମାଙ୍କନପତ୍ର ଦାଖଲ କରାଯାଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ ଏବଂ ବିଜେପି ପ୍ରାର୍ଥୀ ପ୍ରଭେଶ ଭର୍ମାଙ୍କ ସହ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉଭୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ। ଜାନୁଆରୀ ୧୮ ତାରିଖ ଅର୍ଥାତ୍ ଆଜି ସମସ୍ତ ପ୍ରାର୍ଥିପତ୍ର ଯାଞ୍ଚ ହେବ ।  ସେହିପରି ଯେ କୌଣସି ପ୍ରାର୍ଥୀ ନିଜ ନାମାଙ୍କନ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି, ଗୋଟିଏ ଦିନ ଅର୍ଥାତ୍ ଜାନୁଆରୀ ୨୦ ମଧ୍ୟରେ ତାହା କରିପାରିବେ । ୫ ଫେବୃଆରୀରେ ଦିଲ୍ଲୀରେ ମତଦାନ ଅନୁଷ୍ଠିତ ହେବ ।  ଫଳାଫଳ ୮ ଫେବୃଆରୀରେ ଘୋଷଣା କରାଯିବ। 

କଂଗ୍ରେସ ଏବଂ ଶାସକ ଦଳ ଆପ୍ ଦିଲ୍ଲୀର ସମସ୍ତ ଆସନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିଜେପି ଦିଲ୍ଲୀର ଦୁଇଟି ଆସନକୁ ବିହାରରେ ବିଜେପିର ସହଯୋଗୀ ଜେଡିୟୁ ଏବଂ ଏଲଜେପି ରାମ ଭିଲାଙ୍କୁ ଦେଇଛି।ଦିଲ୍ଲୀର ସମସ୍ତ ଦଳ ନିଜର ରାଜନୈତିକ ଚେସବୋର୍ଡ ଲଗାଇବାରେ ବ୍ୟସ୍ତ ଅଛନ୍ତି। ଦିଲ୍ଲୀରେ କ୍ଷମତା ହାସଲ କରିବାକୁ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଚାଲିଛି ଲଢେଇ । କ୍ରମାଗତ ଚତୁର୍ଥ ଥର ପାଇଁ AAP କ୍ଷମତାକୁ ଫେରିବାକୁ ଚାହୁଁଛି । ଏଥି ସହିତ ଗତ ୨୭ ବର୍ଷ ଧରି ବିଜେପି ଦିଲ୍ଲୀରେ କ୍ଷମତାକୁ ଅପେକ୍ଷା କରିଛି।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.