ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଚୀନରେ ହାହାକାର ସ୍ଥିତି, ସଂକଟରେ ୧.୬କୋଟି ଚାକିରି, କାରଖାନା ବନ୍ଦ, ଶ୍ରମିକଙ୍କୁ ମିଳୁନି ମଜୁରି

Published By : Rasmita Pradhan | May 3, 2025 11:01 AM

ନୂଆଦିଲ୍ଲୀ, ୦୩/୦୫ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଯୋଗୁ ଚୀନ୍‌ ଅର୍ଥବ୍ୟବସ୍ଥା ସାଂଘାତିକ ପରିସ୍ଥିତି ଦେଇ ଗତି କରୁଛି । ଅର୍ଥନୈତିକ କାରବାର ଶିଥିଳ ପଡ଼ିଯାଇଛି । କାରଖାନଗୁଡ଼ିକ ବନ୍ଦ ହେବା ଫଳରେ ଶ୍ରମିକଙ୍କ ପ୍ରତିବାଦ ବଢୁଛି । ଚୀନ୍‌ରୁ ଆସୁଥିବା ସାମଗ୍ରୀ ଉପରେ ମୋଟା ଟିକସ ଲଦିଛି ଆମେରିକା । ଏହାଫଳରେ ଅର୍ଥବ୍ୟବସ୍ଥା ଏବେ ଧୀମା ପ୍ରାୟ । ଲକ୍ଷ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି । ଦେଶର କାରଖାନାଗୁଡ଼ିକରେ ହଟ୍ଟୋଗୋଳ ଦେଖିବାକୁ ମିଳୁଛି । ହୁନାନ୍‌ ପ୍ରାନ୍ତର ଦାଓ କାଉଣ୍ଟିଠାରୁ ନେଇ ସିଚୁଆନ୍‌ର ସୁଇନିଙ୍ଗ୍‌ ସହର ଏବଂ ଇନର ମଙ୍ଗୋଲିଆର ଟୋଙ୍ଗଲିୟାଓ ସହର ପର୍ଯ୍ୟନ୍ତ ଅଶାନ୍ତ ଶ୍ରମିକମାନେ ରାସ୍ତାକୁ ଓହ୍ଲାଇ ଜୋରଦାର ପ୍ରତିବାଦ କରୁଛନ୍ତି । ସେମାନେ ନିଜ ନିଜର ବକେୟା ଦରମା ମାଗୁଛନ୍ତି । ଏହାସହିତ ଉକ୍ତ ଫ୍ୟାକ୍ଟ୍ରିଗୁଡ଼ିକରେ ହେଉଥିବା ବେଆଇନ ଛଟେଇକୁ ବିରୋଧ କରୁଛନ୍ତି । 

ଶ୍ରମିକଙ୍କ କହିବାନୁସାରେ, ସିଚୁଆନ୍‌ର ଏକ କମ୍ପାନି ସେମାନଙ୍କୁ ବର୍ଷ ଆରମ୍ଭରୁ ଦରମା ଦେଇନାହିଁ । ଏହି କମ୍ପାନି ଫ୍ଲେକ୍ସିବଲ୍‌ ସର୍କିଟ୍‌ ବୋର୍ଡ ବନାଇଥାଏ । କମ୍ପାନି ଜୁନ୍‌ ୨୦୨୩ରୁ ପାଖାପାଖି ଦୁଇ ବର୍ଷ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷାର ଲାଭ ବି ଦେଇ ନ ଥିବା ଜଣାପଡ଼ିଛି । ଆମେରିକାର ନିବେଶ ବ୍ୟାଙ୍କ ଗୋଲ୍‌ଡମ୍ୟାନ୍‌ ସାଚ୍‌ସର ବିଶେଷଜ୍ଞମାନଙ୍କ ଅନୁମାନ ଯେ, ଚୀନ୍‌ରେ ଅନ୍ୟୁନ ୧.୬ କୋଟି ଚାକିରି ସଂକଟରେ ଅଛି । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଚୀନ୍‌ ସାମଗ୍ରୀ ଉପରେ ୧୪୫% ଟିକସ ଲାଗିବା କାରଣରୁ ଏହା ହୋଇଛି । ଅଧିକ ଟାରିଫ୍‌ ଯୋଗୁ ଚୀନ୍‌ ଅର୍ଥବ୍ୟବସ୍ଥା ଭୟଙ୍କର ଭାବେ ପ୍ରଭାବିତ ହେବ । ଆର୍ଥିକ ବିକାଶ ଧୀମା ହେବା ଦ୍ୱାରା ଶ୍ରମ ବଜାର ଉପରେ ଚାପ ପଡ଼ିବ । ବିଶେଷ କରି ରପ୍ତାନି କ୍ଷେତ୍ରଗୁଡ଼ିକ ଅଧିକ ସମସ୍ୟା ମଧ୍ୟକୁ ଆସିବେ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ଡିଜିଟାଲ ଷ୍ଟ୍ରାଇକ; ପାକ୍ ପିଏମ୍ ଶାହବାଜ ସରିଫ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍, ସୂଚନାମନ୍ତ୍ରୀଙ୍କ 'ଏକ୍ସ' ବ୍ଲକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.