ହରଭଙ୍ଗା, ୫।୩ : ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା l ବରଯାତ୍ରୀ ବୋଲେରୋ ଓ ବାଇକକୁ ଧକ୍କା ଦେଲା ହାଇଓ୍ବା । ଦୁର୍ଘଟଣାରେ ୧୬ ଜଣ ଯାତ୍ରୀ ଗୁରୁତର । ପୁରୁଣାକଟକ ଥାନା ଜିଆଁ କଟା ଛକରେ ଘଟିଛି ଦୁର୍ଘଟଣା l
ସୁବର୍ଣପୁର ଜିଲ୍ଲା ବରମହାରାଜପୁର ଅଞ୍ଚଳ ର ଡୁମୁରି ରୁ ଶାଳକଟା ଅଞ୍ଚଳକୁ ବୋଲେରୋରେ ବରଯାତ୍ରୀ ଆସି ଫେରୁଥିଲେ। ବୋଲେରୋ ସହ ଏକ ବାଇକକୁ ଜିଆଁ କଟା ଛକ ନିକଟରେ ଏକ ହାଇଓ୍ବା ଧକ୍କା ଦେଇଥିଲା । ଫଳରେ ସମସ୍ତ ବୋଲେରୋ ଓ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିବା ବେଳେ ଗୁରୁତର ଥିବାରୁ ୧୦ ଜଣଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନରେ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।