ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୧୬ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

Published By : Suraj Kumar | October 5, 2024 10:07 PM

ଭୁବନେଶ୍ବର,୫।୧୦: ରାଜ୍ୟ ସରକାର ଆଜି ୧୬,୦୦୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ହସ୍ତାନ୍ତର କରିବା ସହିତ ମାର୍ଗଦର୍ଶନ କରିଛନ୍ତି।  

 ତେବେ ନିଯୁକ୍ତି ପତ୍ର ଦେବା ସହ ପିଲାଙ୍କ ଭବିଷ୍ୟତ ଗଢିବା କୁ ନେଇ ୫ ଟି ପରାମର୍ଶ ମଧ୍ୟ  ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ପ୍ରଥମେ ଶିକ୍ଷକ ମାନେ ଏହାକୁ ପେଶା ନୁହେଁ ନିଶା ଭାବେ ଗ୍ରହବ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେମାନେ ପିଲାଙ୍କ ଭବିଷ୍ୟ ଗଢ଼ିବେ ତେଣୁ ନିଜ କାମ କୁ ପେଶା ନ ଭାବି ବା ସେ କହିଛନ୍ତି।  ଦୂତୀୟ ପରାମର୍ଶ ହେଉଛି ଶିଶୁଟି ନିଜକୁ କେମିତି ସୁରକ୍ଷିତ ମନେ କରିବ ସେ ନେଇ ଶିକ୍ଷକ ଧ୍ୟାନ ଦେବା ଦରକାର । ବିଦ୍ୟାର୍ଥୀଙ୍କୁ ବନ୍ଧୁ ଭାବେ ଦେଖିବା ସେ କହିଛନ୍ତି । ତୃତୀୟ ହେଉଛି ଶିକ୍ଷାଦାନକୁ ଆନନ୍ଦମୟ କରିବା । ଛାତ୍ର ଛାତ୍ରୀ ଖୁସି ରେ କେମିତି ଶିକ୍ଷା ଗ୍ରହଣ କରିବେ ସେ ଦିଗ ରେ ଦୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି ସେ । ଚ ତୁର୍ଥ ପରାମର୍ଶ ଥିଲା ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରିବା । ପଞ୍ଚମ ପରାମର୍ଶ ଥିଲା ଶିକ୍ଷାଦାନ କୁ ନେଇ ଗର୍ବ ଅନୁଭବ କରିବା । ତାଙ୍କୁ ଯୋଗୁଁ କାଲି ଏହି ଛାତ୍ରଛାତ୍ରୀ ଗୋଟେ ଭଲ ମଣିଷ ଓ ପଦବୀରେ ପହଞ୍ଚିବେ। ନିଯୁକ୍ତି ପତ୍ର ପ୍ରଦାନ କରି ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏହା ଛଡ଼ା। ପ୍ରାଥମିକ ସ୍ତରେ କିଭଳି ଛାତ୍ରଛାତ୍ରୀଙ୍କ ବିକାଶ ହେବ ସେନେଇ ମଡେଲ ବା ଫୀଡର ସ୍କୁଲ ଖୋଲିବା ସରକାର ନିଷ୍ପତ୍ତି ନେଇଛନ୍ତି । ପଞ୍ଚାୟତ ସ୍ତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଆଉ ଏଥିପାଇଁ ବଜେଟ ମଧ୍ୟ କାରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

 ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଆଜି ଏକ ଐତିହାସିକ ଦିନ। ଭଲ ସମାଜ ଗଢ଼ିବାରେ ଶିକ୍ଷକମାନଙ୍କର ଭୂମିକା ରହିଛି। ଓଡ଼ିଶାର ବିକାଶରେ ଶିକ୍ଷକମାନଙ୍କର ଅବଦାନ ଅତୁଳନୀୟ। ଶିକ୍ଷକତା ଏକ ଗୁରୁତ୍ବପୂର୍ଣ୍ଣ ପଦବି। ସମାଜରେ ଶିକ୍ଷକମାନଙ୍କର ପ୍ରତି ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି। ଶିକ୍ଷକମାନେ କେବଳ ପାଠ ପଢ଼ାଉନାହାନ୍ତି। ବରଂ ଛୋଟ ପିଲାମାନଙ୍କୁ ଭବିଷ୍ୟତରେ ସୁନାଗରିକ କରିବା ଶିକ୍ଷକମାନଙ୍କ ହାତରେ ରହିଛି। 

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ଶାଳିନୀ ପଣ୍ଡିତ, ଓସେପା ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ମଧ୍ୟ ଉପସ୍ଥିତ ଥିଲେ। 

ଚୟନ ହୋଇଥିବା ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪ ଜଣ, ବାଲେଶ୍ୱର ଜିଲ୍ଲାରେ ୬୦୦ଜଣ, ବରଗଡ଼ ଜିଲ୍ଲାରେ ୪୭୯ଜଣ, ଭଦ୍ରକ ଜିଲ୍ଲାରେ ୨୬୦ଜଣ, ବଲାଙ୍ଗିର ଜିଲ୍ଲାରେ ୧୦୮୦ଜଣ, ବୌଦ୍ଧ ଜିଲ୍ଲାରେ ୬୫ଜଣ, କଟକ ଜିଲ୍ଲାରେ ୮୯୩ଜଣ, ଦେବଗଡ଼ ଜିଲ୍ଲାରେ   ୨୧ଜଣ, ଢେଙ୍କାନାଳ ଜିଲ୍ଲାରେ ୫୮୩ ଜଣ, ଗଜପତି ଜିଲ୍ଲାରେ ୧୩ଜଣ, ଗଞ୍ଜାମ ଜିଲ୍ଲାରେ ୧୨୬୪ ଜଣ, ଜଗତସିଂହପୁର ଜିଲ୍ଲାରେ ୮୮ ଜଣ, ଯାଜପୁର ଜିଲ୍ଲାରେ ୮୭୨ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୩୮ ଜଣ, କଳାହାଣ୍ଡି ଜିଲ୍ଲାରେ ୮୧୧ ଜଣ,   କନ୍ଧମାଳ ଜିଲ୍ଲାରେ ୧୫୧ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦୩୮ ଜଣ, କେନ୍ଦୁଝର ଜିଲ୍ଲାରେ ୧୩୨୯ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୭୫୩ ଜଣ, କୋରାପୁଟ ଜିଲ୍ଲାରେ ୯୨୨ଜଣ, ମାଲକାନଗିରି ଜିଲ୍ଲାରେ ୫୫୫ ଜଣ, ମୟୂରଭଞ୍ଜ ଜିଲ୍ଲାରେ ୮୨୭ ଜଣ, ନବରଙ୍ଗପୁର ଜିଲ୍ଲାରେ ୮୬୦ ଜଣ, ନୟାଗଡ଼ ଜିଲ୍ଲାରେ ୮୩ ଜଣ, ନୂଆପଡ଼ା ଜିଲ୍ଲାରେ ୨୨୧ ଜଣ, ପୁରୀ ଜିଲ୍ଲାରେ ୭୩୩ଜଣ, ରାୟଗଡ଼ା ଜିଲ୍ଲାରେ ୫୧୧ ଜଣ, ସମ୍ବଲପୁର ଜିଲ୍ଲାରେ ୨୧୮ ଜଣ, ସୁବର୍ଣ୍ଣପୁର ଜିଲ୍ଲାରେ ୧୫୭ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୬୦ ଜଣ ନିଯୁକ୍ତି ପାଇବାକୁ ଯାଉଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.