ନୂଆଦିଲ୍ଲୀ -ଜମ୍ମୁ - କାଶ୍ମୀରର ଦାରୁଲ ଉଲୁମ୍ ଜାମିଆ ସିରାଜୁଲ୍ ଉଲୁମ୍ର ୧୭ ଜଣ ପୂର୍ବତନ ଛାତ୍ର ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ଭିନ୍ନ ଭିନ୍ନ ଏନକାଉଣ୍ଟରରେ ସେମାନଙ୍କ ମୃତ୍ୟୁ ପରେ, କର୍ତ୍ତୃପକ୍ଷ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAEPA) ଅନୁଯାୟୀ ମଦ୍ରାସାକୁ ଅବୈଧ ଘୋଷଣା କରିଛନ୍ତି। ମଙ୍ଗଳବାର ଦିନ ଜଣେ ପୁଲିସ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଏହା କହିଛନ୍ତି ଯେ, ପ୍ରତିଷ୍ଠାନର ୧୭ ଜଣ ପୂର୍ବତନ ଛାତ୍ର ଆତଙ୍କବାଦୀ ସଂଗଠନରେ ଯୋଗ ଦେଇ ଥିଲେ ଏବଂ ପରେ ପୃଥକ ପୃଥକ ଏନକାଉଣ୍ଟରରେ ନିହତ ହୋଇ ଥିଲେ।
କାଶ୍ମୀରର ଡିଭିଜନାଲ କମିଶନର ଅଂଶୁଲ ଗର୍ଗ ଶୋପିଆନର ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ ଦ୍ବାରା ଦାଖଲ କରାଯାଇଥିବା ଦଲିଲ ଆଧାରରେ ,ଏହି ନିର୍ଦ୍ଦେଶ ଜାରି କରିଛନ୍ତି, ଯେଉଁଥିରେ ଶୋପିଆନର ଇମାମ ସାହିବ ସ୍ଥିତ ଦାରୁଲ ଉଲୁମ ଜାମିଆ ସିରାଜୁଲ ଉଲୁମରେ ବେଆଇନ କାର୍ଯ୍ୟକଳାପକୁ ଇଙ୍ଗିତ କରାଯାଇ ଥିଲା। ଗର୍ଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତିଷ୍ଠାନର ଜମାତ-ଏ-ଇସଲାମି ସହ ଗୁପ୍ତ ସମ୍ୱନ୍ଧ ଦେଖାଇ ଥିବା ବ୍ୟକ୍ତି ବିଶ୍ୱସନୀୟ ଇନପୁଟ୍ ଓ ସାକ୍ଷ୍ୟ ରେକର୍ଡରେ ଅଛି। ଜମାତ୍-ଏ-ଇସଲାମୀ ଉପରେ କେନ୍ଦ୍ର ୨୦୧୯ରେ ପ୍ରତିବନ୍ଧକ ଲଗେଇ ଥିଲା।
ଆଦେଶରେ କୁହାଯାଇଛି ଯେ, ନିଷିଦ୍ଧ ସଂଗଠନ ସହିତ ଜଡିତ ବ୍ୟକ୍ତିମାନଙ୍କର ପ୍ରତିଷ୍ଠାନ ଉପରେ ପ୍ରକୃତ ନିୟନ୍ତ୍ରଣ ଥିଲା, ଯେଉଁଥିରେ ସେମାନଙ୍କୁ ସେ ପ୍ରମୁଖ ପ୍ରଶାସନିକ ଏବଂ ଶିକ୍ଷାଗତ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ସମୟ ସହିତ, ପ୍ରତିଷ୍ଠାନ ମୌଳବାଦ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା ଏବଂ ଏହାର ଅନେକ ପୂର୍ବତନ ଛାତ୍ର ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ, ତଥାପି, ପ୍ରତିଷ୍ଠାନର ସଭାପତି ମହମ୍ମଦ ଶାଫି ଲୋନ୍ କହିଛନ୍ତି ଯେ ତାଙ୍କର ଜମାତ-ଏ-ଇସଲାମି କିମ୍ଵା କିମ୍ବା କୌଣସି ବେଆଇନ ସଂଗଠନ ସହିତ କୌଣସି ସମ୍ପର୍କ ନାହିଁ।
ମହମ୍ମଦ ଶଫି ଲୋନ୍ କହି କହିଛନ୍ତି, ଆମେ ଏକ ଆଇନ ପାଳନକାରୀ ଅନୁଷ୍ଠାନ ଏବଂ ନିଷିଦ୍ଧ ଜମାତ-ଏ-ଇସଲାମି ସହିତ ଆମର କୌଣସି ସମ୍ପର୍କ ନାହିଁ । ବର୍ତ୍ତମାନ, ସ୍କୁଲରେ ୮୧୪ ଜଣ ଛାତ୍ରଙ୍କ ଆଡମିଶନ ହୋଇଛି। ଯାହା ସ୍କୁଲ ଶିକ୍ଷା ବୋର୍ଡ ଓ କାଶ୍ମୀର ସ୍କୁଲ ଫେଡରେସନ ସହିତ ଜଡିତ। ଅନୁଷ୍ଠାନ ଗତ ମାସରେ କର୍ତ୍ତୃପକ୍ଷଙ୍କଠାରୁ ଏକ କାରଣ ଦର୍ଶାଅ ନୋଟିସ ପାଇଥିଲା, ଯାହାର ଜବାବ ଦେଇଥିଲା ଯଦି କର୍ତ୍ତୃପକ୍ଷଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଦେହ ଅଛି, , ତେବେ ସେମାନେ ଆମ ଅନୁଷ୍ଠାନ ବିରୁଦ୍ଧରେ ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରିବା ଉଚିତ।ଯଦି ଏହି ଅଭିଯୋଗଗୁଡ଼ିକ ସତ୍ୟ ପ୍ରମାଣିତ ହୁଏ, ତେବେ ସରକାର ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ସମର୍ଥନ କରିବୁ।