ନୀଳଗିରି,୩/୧ : ଔପଦା କଲେଜ ଛକ ନିକଟରେ ନୀଳଗିରି ଅବକାରୀ ବିଭାଗର ଏକ ଟିମ ଚଢାଉ କରି ୧୮୦ ଗ୍ରାମ ବ୍ରାଉନସୁଗାର ସହ ସ୍କୁଟି ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଔପଦା ଅଞ୍ଚଳର ଶୁଭମ ଦଳେଇ ଓ ରାଜୀବ କୁମାର ପାତ୍ର । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।