ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୩୪ବର୍ଷ ତଳର ସେ ବଜେଟ୍ ; ଦେଶର ଅର୍ଥନୀତିକୁ ଦେଇଥିଲା ବଳ, ବଦଳିଥିଲା ଆର୍ଥିକ ସ୍ଥିତି

Published By : Ankita S | February 1, 2025 8:29 AM

ନୂଆଦିଲ୍ଲୀ,୦୧/୦୨: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଆସିବ କେନ୍ଦ୍ର ସାଧାରଣ ବଜେଟ୍ ।  ପୂର୍ବାହ୍ନ ୧୧ଟାରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରିବେ । ଆମେ ଟିକେ ୩୪ ବର୍ଷ ପଛକୁ ଫେରିଯିବା । ୧୯୯୧ର ବଜେଟ୍ କିପରି ଥିଲା । ଅର୍ଥନୀତି ବିନ୍ଧାଣୀ ତଥା ସେବେ ଅର୍ଥମନ୍ତ୍ରୀ ଥିବା ମନମୋହନ ସିଂହ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପିବି ନରସିଂହ୍ମା ରାଓଙ୍କ ନିଷ୍ପତ୍ତି କଣ ଥିଲା ଯାହା ଦେଶର ଅର୍ଥନୀତିକୁ ବଦଳାଇ ଦେଇଥିଲା । ଆସନ୍ତୁ ଜାଣିବା ।

୧୯୯୧ର ସେ ବଜେଟ୍...

ଦେଶର ବଜେଟ୍ ସହିତ ଅନେକ ଐତିହାସିକ ଘଟଣା ଜଡିତ ରହିଛି । ଯାହା ସବୁବେଳେ ମନେ ରହିବ । ସେଥି ମଧ୍ୟରୁ ଗୋଟିଏ ବଜେଟ୍ ଯାହା ମନମୋହନ ସିଂହ ଉପସ୍ଥାପନ କରିଥିଲେ । ଯାହା ଇତିହାସରେ ଲିପିବଦ୍ଧ । ୧୯୯୧ ମସିହା କଥା । ସେବେ ଦେଶର ଅର୍ଥନୀତି ଦୁର୍ବଳ ଥିଲା । ଦେଶ ପାଖରେ ବହୁତ ସ୍ବଳ୍ପ ଅର୍ଥ ଥିଲା ଯାହାକୁ ନେଇ ଦେଶ ଚଳାଇବା ସମ୍ଭବପର ନଥିଲା । ଏହି ସମୟରେ ଅର୍ଥମନ୍ତ୍ରୀ ଥିବା ମନମୋହନ ସିଂହ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିବି ନରସିହ୍ମା ରାଓଙ୍କ ନିଷ୍ପତ୍ତି ଦେଶର ଅର୍ଥନୀତିକୁ ଦ୍ରୁତ ଗତି ଦେଇଥିଲା । ଦେଶର ଅର୍ଥନୀତିର ଦିଗ ବଦଳାଇ ଦେଇଥିଲା । କୁହାଯାଏ ଯଦି ଉକ୍ତ ବଜେଟ୍ ଉପସ୍ଥାପିତ ନ ହୋଇଥାନ୍ତା ତେବେ ଭାରତର ଅବସ୍ଥା ବର୍ତ୍ତମାନ ପାକିସ୍ତାନ ପରି ହୋଇଥାନ୍ତା ।

ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ଓ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓ ଯୁଗାନ୍ତକାରୀ ବଜେଟ୍ ଉପସ୍ଥାପନ କରିଥିଲେ । ଆଜି ଆମ ଗହଣରେ ଏହି ଦୁଇ ମହାନ ବ୍ୟକ୍ତିତ୍ବ ନାହାନ୍ତି ସତ ହେଲେ ଯେବେ ବି ବିଜେଟ୍ କଥା ଉଠିବ ସେମାନଙ୍କୁ ଗର୍ବ ଓ ପ୍ରେରଣା ପରି ମନେ ପକାଯିବ । ୧୯୯୧ ମସିହାରେ ଦେଶର ଅର୍ଥନୀତି ସେତେ ସୁଦୃଢ ନଥିଲା । ସ୍ବଳ୍ପ ଅର୍ଥକୁ ନେଇ ଦେଶ ଚଳାଇବା କଷ୍ଟକର ଥିଲା ।  ମନମୋହନ ସିଂହ ଓ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କ ନିଷ୍ପତ୍ତି ଦେଶର ଆର୍ଥିକ ସ୍ଥିତିକୁ ବେଗ ଦେଇଥିଲା । ମାତ୍ର କିଛି ବର୍ଷ ମଧ୍ୟରେ ଦେଶର ଆର୍ଥିକି ସ୍ଥିତି ସୁଧୁରିଥିଲା ।

ବଜେଟରେ ହୋଇଥିଲା ବଡ ନିଷ୍ପତ୍ତି- ମନମୋହନ ସିଂହ ଦେଶର ଲାଇସେନ୍ସ ରାଜକୁ ଶେଷ କରି ଆର୍ଥିକ ଉଦାରୀକରଣର ଯୁଗ ଆରମ୍ଭ କରିଥିଲେ । ଉକ୍ତ ବଜେଟ ସେହି ସମୟରେ ଉପସ୍ଥାପିତ ହୋଇଥିଲା ଯେବେ ଦେଶର ଆର୍ଥିକ ଅବନତୀ ପଥରେ ଥିଲା । ସୀମା ଶୁଳ୍କକୁ ୨୨୦ରୁ କମ କରି ୧୫୦ କରାଯାଇଥିଲା । ଏହିପରି କିଛି ବଡ ନିଷ୍ପତ୍ତି ନିଆଯାଇଥିଲା । ଯେଉଁଥିରେ ଭାରତ ବିଦେଶୀ ନିବେଶକଙ୍କୁ ଆସିବାକୁ ବାଟ ଖୋଲିଥିଲା ।

କାହିଁକି କୁହାଯାଏ ଯୁଗାନ୍ତକାରୀ ବଜେଟ୍- ଏହି ବଜେଟରେ ବିଦେଶୀ କମ୍ପାନୀର ଆଗମନକୁ ଅନୁମତି ମିଳିଥିଲା । ଏକାଧିକ ନିୟମରେ ପରିବର୍ତ୍ତନ ହୋଇଥିଲା । ଏହା ସହିତ ବ୍ୟବସାୟକୁ ବଢାଇବାକୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ରାଜକୋଷ ବଢିବାକୁ ଲାଗିଥିଲା । ଅର୍ଥନୀତି ଟ୍ରାକକୁ ଫେରିଥିଲା । ଧିରେ ଧିରେ ଦେଶ ବିକାଶ ପଥରେ ବଢିଥିଲା । ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହଙ୍କ ଏହି ବଜେଟକୁ ଯୁଗାନ୍ତକାରୀ ବିଜେଟ୍ ନାମରେ ନାମିତ କରାଯାଇଥିଲା ।

ଏହା ବି ପଢନ୍ତୁ...ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍; ମଧ୍ୟବିତ୍ତ, ମହିଳା, ଗରିବଙ୍କୁ ମିଳିପାରେ ପ୍ରାଧାନ୍ୟ

ନିର୍ମଳା ସୀତାରମଣଙ୍କ ନାମରେ ରେକର୍ଡ- ସଂସଦରେ ବଜେଟ୍ ପେଡି ଖୋଲିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜକୋଷର ହିସାବ ଦେବେ ନିର୍ମଳା । ଲାଗାତାର ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା ସୀତାରମଣ । ସର୍ବାଧିକ ବଜେଟ୍ ଉପସ୍ଥାପନ କରିବାରେ ସେ ପ୍ରଥମ ମହିଳା । ଏହା ସହିତ ୨୦୨୦ରେ ସବୁଠୁ ଲମ୍ବା ସମୟ ବଜେଟ୍ ଭାଷଣ ୨ ଘଣ୍ଟା ୪୨ମିନିଟ୍ ଦେବାର ରେକର୍ଡ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.