ଦାରିଙ୍ଗବାଡି,୧୨/୧୧ : (ଆପ୍ର): ୨ ଜଣ ଦିବ୍ୟାଙ୍ଗକୁ ଭତ୍ତା ମିଳୁନି । ଭତ୍ତା ପାଇଁ ଆବେଦନ କରି ୫ ମାସ ବିତିଗଲା ହେଲେ  ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ । ଦାସିଙ୍ଗବାଡ଼ି ପଞ୍ଚାୟତର ୨ ଜଣ ଦିବ୍ୟାଙ୍ଗ  ଭତ୍ତାରୁ ବଞ୍ଚିତ ହୋଇଛନ୍ତି। 

ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଟେକାଙ୍ଗିଆ ଗ୍ରାମର ଖଦାଳ ପ୍ରଧାନଙ୍କ ୩ ବର୍ଷ ରୁ ପୁଅ ଦିବ୍ୟାଙ୍ଗ ।  ୨୦୨୩ ଅକ୍ଟୋବର ମାସରେ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇ ୫ ମାସ ହେଲା ଭତ୍ତା ପାଇଁ ଆବେଦନ କରିଛନ୍ତି । ସେହିପରି ଟେକାଙ୍ଗିଆ ଗ୍ରାମର ନନ୍ଦିନୀ ସୁନା ମାଝୀ (୩୭) ମଧ୍ୟ ଦିବ୍ୟାଙ୍ଗ ଭତ୍ତା ପାଇଁ ୫ ମାସ ହେବ ଆବେଦନ କରିଥିଲେ । ହେଲେ ୨ ଜଣ ଦିବ୍ୟାଙ୍ଗ ହୋଇଥିଲେ ସୁଧା ଭତ୍ତା ଆବେଦନ କରିବାର ୫ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭତ୍ତା ମିଳି  ପାରିନଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ପରିବାର । ଯଥା ଶୀଘ୍ର ଭତ୍ତା ଯୋଗାଇ ଦେବାକୁ ପରିବାର ଲୋକେ ପ୍ରଶାସନକୁ ଜଣାଇଥିଲେ  ।