ଭୁବନେଶ୍ବର, ୧୭/୧୦ : ହାତୀ ଦାନ୍ତ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ଏସଟିଏଫ୍। ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ ୪ କିଲୋ ୭୯୫ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଜବତ । କାରବାରରେ ସଂପୃକ୍ତ ଥିବା ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଚନ୍ଦନ ମହାପାତ୍ର ଓ ଶରତ ଖଟେଇ। ଏସଟିଏଫ୍ ଏସ୍ପି ରବିନ୍ଦ୍ର ନାଥ ଶତପଥୀଙ୍କ ସୂଚନା।
ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଆଠମଲ୍ଲିକ ଥାନା ଯଦୁପୁରରେ ହାତୀ ଦାନ୍ତ କାରବାର ଚାଲିଥିବା ନେଇ ଖବର ମିଳିଥିଲା। ଏହାପରେ ଏସଟିଏଫ୍ର ଏକ ଟିମ୍ ଚଢାଉ କରିଥିଲା। ଚଢାଉ ବେଳେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୪ କିଲୋ ୭୯୫ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଓ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ଅଞ୍ଚଳର ଚନ୍ଦନ ମହାପାତ୍ର ଓ ଶରତ ଖଟେଇ। ୨ ଅଭିଯୁକ୍ତଙ୍କୁ ଆଠମଲ୍ଲିକ ଏସଡିଜେଏମ୍ କୋର୍ଟକୁ ପଠାଯାଇଛି।