ପ୍ରମୂଖ ଖବର
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

୨୦ ମୋବାଇଲ ଜବତ, ୨ ଲୁଟେରା ଗିରଫ

Published By : Suraj Kumar | July 29, 2025 9:11 PM

କେନ୍ଦୁଝର ସଦର,୨୯/୭(ଆପ୍ର) : କେନ୍ଦୁଝର ଜିଲ୍ଲା ସଦର ଥାନା ପୁଲିସ୍  ଦୁଇ ମୋବାଇଲ ଚୋରକୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୦ଟି ମୋବାଇଲ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାମେବାରି ଥାନା ଅନ୍ତର୍ଗତ ଯମୁନାପଶି ଗ୍ରାମର ସନୁ ମୁଣ୍ଡା (୨୫) ଏବଂ ଜମିତ୍ର ଗ୍ରାମର ଗୁରୁଚରଣ ମୁଣ୍ଡ (୨୧)।  

ରାତିରେ ଦୋକାନ କବାଟ ଭାଙ୍ଗି, ଲୋକମାନଙ୍କ ଘରେ ପଶି, ଟ୍ରେନରୁ, ରାସ୍ତା କଡ଼ରେ ଟ୍ରକ ଛିଡ଼ା ହୋଇଥିବା ସମୟରେ ସନୁ ଓ ଗୁରୁଚରଣ ମୋବାଇଲ ଲୁଟି ନେଇଥାନ୍ତି । ଜବତ ମୋବାଇଲର ଉପଯୁକ୍ତ ପ୍ରମାଣ ପତ୍ର ଦେଇ ପ୍ରକୃତ ଲୋକ ସେମାନଙ୍କ ମୋବାଇଲ ନେଇପାରିବେ ବୋଲି  ପୁଲିସ ସୂଚନା ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.