ଭୁବନେଶ୍ବର,୨୪।୭ : ଭୁବନେଶ୍ବର ଇନଫୋ ଭ୍ୟାଲି ନିକଟରେ ଏସଟିଏଫ ଟିମ ଚଢାଉ କରି  କଲାରାପତରିଆ ବାଘ ଚମଡା ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ ଜଣ ହେଲେ ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅଧୀନ ବାଣିବିରି ଗ୍ରାମର ରାଜେଶ ନାୟକ  ଓ କନଡି ଗ୍ରାମର  ଗଙ୍ଗାଧର ନାୟକ।

ଇନଫୋ ଭ୍ୟାଲି ନିକଟରେ ରାଜେଶ ଓ ଗଙ୍ଗାଧର  ବାଘ ଚମଡା ବିକ୍ରି ପାଇଁ ଡିଲ କରୁଥିଲେ। ଏସଟିଏଫ ଟିମ ବିଶେ‌ଷ‌ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ। ସେମାନଙ୍କ ନିକଟରୁ ବାଘ ଚମଡା ଜବତ କରିଥିଲେ। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।