ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପୂର୍ଵ ଶତ୍ରୁତା ନେଇ ଘରେ ନିଆଁ ଲଗେଇ ଦେଲେ , ଜଳିଗଲା ଦୁଇ ବାଇକ୍‌ ସହ ଆସବାପତ୍ର

Published By : Suraj Kumar | June 1, 2025 6:00 PM

ଚାନ୍ଦବାଲି, ୧।୬: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉତୁକୁଡା ପଞ୍ଚାୟତର ଉତୁକୁଡା ଗାଁର ସତ୍ୟଜିତ ରାଉତଙ୍କ ଘରେ ଶନିବାର ରାତିରେ ଦୁର୍ବୃତ୍ତ ବାହାର ପଟରୁ କବାଟ ଦେଇ ପେଟ୍ରୋଲ ପକାଇ ନିଆଁ ଲଗେଇ ଦେଇଛି।   ଅଗ୍ନି କାଣ୍ଡରେ ସତ୍ୟଜିତ ରାଉତଙ୍କ ଆଜବେଷ୍ଟ ଘରେ ଥିବା ଦୁଇଟି ବାଇକ ସହ ଘରେ ଥିବା ଆସବା ପତ୍ର ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଛି ।  ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ l  ଏ ନେଇ ସତ୍ୟଜିତ ଥାନାରେ ଅଭିଯୋଗ କରିଛନ୍ତି ।

ଥାନାରେ ହୋଇଥିବା ଅଭିଯୋଗ ମୁତାବକ ସତ୍ୟଜିତ ରାଉତଙ୍କ ପରବାର ଲୋକ  ଘରେ ଶୋଇଥିବା ବେଳେ ଧୂଆଁ ହେବାରୁ ନିଦ ଭାଙ୍ଗିଯାଇଥିଲା । ପରେ ଜାଣିବାକୁ ପାଇଥିଲେ ଘରେ ନିଆଁ ଲାଗିଛି।  ସେମାନେ ଘରର ଆଗ ପଟ କବାଟ ଖୋଲିବା ପାଇଁ ଚେଷ୍ଟା କଲା ବେଳେ ଜାଣିବାକୁ ପାଇଥିଲେ କବାଟ ବାହାର ପଟରୁ ଦିଆଯାଇଛି l ସେମାନେ ଜୀବନ ବଞ୍ଚାଇ ବାଡ଼ି ପଟ କବାଟ ବାଟେ ବାହାରକୁ ଚାଲିଆସିଥିଲେ l ଗାଁ ଲୋକ ପାଖ ପଡୋଶୀ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।  ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ  ଆୟତ୍ତ କରିଥିଲା।  ତେବେ  ଘରେ ଥିବା ବାଇକ ଓ ଆସବା ପତ୍ର ସମ୍ପୂର୍ଣ ଜଳିପାଉଁଶ ହୋଇଯାଇଛି l ଆଜବେଷ୍ଟ ଘର ଥିବାରୁ ଘରେ ବିଶେଷ କ୍ଷତି ହୋଇନି l ପୋଲିସ  ପହଞ୍ଚି ଘଟଣାର ତଦନ୍ତ କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.