ଘଟଗାଁ ୨୮।୫: ଚଳନ୍ତା କାରରୁ ବାହାରିଗଲା ଚକ । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅର୍ନ୍ତଗତ ରାଶୋଳ ଛକ ନିକଟରେ ଦୁର୍ଘଟଣା ଘଟିଛି ।
ଢେଙ୍କାନାଳରୁ ୪ ଜଣ ଯୁବକ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିଲେ। ବ୍ରାହ୍ମଣୀପାଳ-କେନ୍ଦୁଝର ରାସ୍ତାର ରାସୋଳ ଛକ ନିକଟରେ ହଠାତ କାର ପଛ ଚକ ବାହାରି ଯାଇଥିଲା । ଫଳରେ କାରଟି ଭାରସାମ୍ୟ ହରାଇ ଏକ ବ୍ରିଜ୍ରେ ବାଡେଇ ହୋଇ ପୋଲ ତଳକୁ ଖସି ପଡ଼ିଥିଲା । କାରରେ ଥିବା ୪ ଜଣ ଗୁରୁତର ହୋଇଥିଲେ। ଖବର ପାଇ ଦୈତାରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ।
ଆହୁରି ପଢନ୍ତୁ : ଓଡ଼ିଆରେ ଉପଲବ୍ଧ ହେବ +୨ ବିଜ୍ଞାନ ବହି ,ଉପକୃତ ହେବେ ୨ ଲକ୍ଷ ଛାତ୍ରଛାତ୍ରୀ