ପ୍ରମୂଖ ଖବର
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୁରକ୍ଷାବାହିନୀକୁ ବଡ଼ ସଫଳତା, କମ୍ବିଂ ଅପରେସନ ବେଳେ ୨ ହାର୍ଡକୋର୍ ମାଓବାଦୀ ଗିରଫ

Published By : Rasmita Pradhan | March 6, 2025 2:07 PM

ଭୁବନେଶ୍ଵର, ୦୬/୦୩ : ସୁରକ୍ଷାବାହିନୀକୁ ବଡ଼ ସଫଳତା। କମ୍ବିଂ ଅପରେସନ ବେଳେ ଦୁଇ ହାର୍ଡକୋର୍ ମାଓବାଦୀ ଗିରଫ। ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲା ପୋଲିସର ସି-୬୦ ବାହିନୀ ଏବଂ ସିଆରପିଏଫ୍‌ ଯବାନଙ୍କ ମିଳିତ କମ୍ବିଂ ଅପରେସନ ବେଳେ ଏହି ଦୁଇ ମାଓବାଦୀ ଗିରଫ ହୋଇଛନ୍ତି। 

ସୂଚନାନୁଯାୟୀ, ଗିରଫ ହୋଇଥିବା ଦୁଇ ମାଓବାଦୀ ହେଲେ କେଲୁପାଣ୍ଡୁ ମାଡ଼କାମ ଓ ରାମେଡୋହି କୋର୍ଚେ। ଏମାନେ ଟେନୁର ମାଓ ସଙ୍ଗଠନରେ କମାଣ୍ଡର ପଦବୀରେ ନିଯୁକ୍ତ ଥିଲେ। ପୂର୍ବରୁ ଏମାନଙ୍କ ମୁଣ୍ଡ ଉପରେ ମହାରାଷ୍ଟ୍ର ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟ କରିବା ସହ ଅନେକ ହିଂସାକାଣ୍ଡ ଘଟାଇଛନ୍ତି। ବିଶେଷକରି ଗତ ଫେବୃଆରୀ ୨୫ ତାରିଖରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଥିବା ବେଳେ ସି-୬୦ ବାହିନୀର ଯବାନଙ୍କ ଉପରେ ଗୁଳି ମାଡ଼ କରିଥିଲେ। ଏହା ସହ ବିଭିନ୍ନ ସମୟରେ ପ୍ରଜାକୋର୍ଟ କରି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରୁଥିଲେ। ଗିରଫ ଦୁଇ ମାଓ ନେତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗଡଚିରୋଲି ଏସପି ଏନେଇ ସୂଚନା ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଲିଭ୍-ଇନ୍-ରିଲେସନ୍‌ରେ ରହି କରିପାରିବେନି ଦୁଷ୍କର୍ମ ଅଭିଯୋଗ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.