ବାଲେଶ୍ବର, ୮/୧୨ : ଅରଡବଜାରରୁ ୨କିଲୋ ବ୍ରାଉନସୁଗର ଜବତ କଲା ଅବକାରୀ ବିଭାଗ। ଏହି ବ୍ରାଉନସୁଗର କାରବାର କରୁଥିବା ଅମଜାଦ ଖାଁ ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ଫେରାର୍। ମଧ୍ଯ ପ୍ରଦେଶରୁ ବ୍ରାଉନସୁଗର ଆଣି ଅରଡବଜାରରେ ଗଚ୍ଛିତ ରଖିଥିଲେ।
ଅରଡବଜାରରୁ ଓଡିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଥିଲା । ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ବିଭାଗ କରିଥିଲା ଚଢଉ । ଆଜି ସକାଳ ସମୟରେ ବାଲେଶ୍ଵର ଅରଡ ବଜାର ନିକଟରେ ଗୋଟିଏ ଘରୁ ଦୁଇ କେଜି ବ୍ରାଉନ ସୁଗର ସହ ୫୫୭୦ଟଙ୍କା ଗୋଟିଏ ଫୋନ୍ ଓ ଜଣେ ଅଭିଯୁକ୍ତକୁ ଧରିଛି ବାଲେଶ୍ଵର ଅବକାରୀ ବିଭାଗ । ଦୁଇ କେଜି ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି ।