କର୍ଲାମୁଣ୍ଡା,୨୮।୯ ; କର୍ଲାମୁଣ୍ଡା ବ୍ଲକ କଲୋନୀପଡ଼ାସ୍ଥିତ ଏକ ଗୋଦାମ ଘରେ ଚଢାଉ କରି ରିଷିଡ଼ା ପୁଲିସ ବିପୁଳ ପରିମାଣର ବାଣ ଜବତ କରିଛି। ଜବତ ବାଣର ଆନୁମାନିକ ମୂଳକ୍ୟ ୨ ଲକ୍ଷରୁ ଅଧିକ ଟଙ୍କା ହେବ। ଗୋଦାମଟି ତେରେସିଂହାର ବେଲପଡ଼ା ସ୍ଥିତ ବ୍ୟବସାୟୀ ରାକେଶ କେଡିଆଙ୍କ ବୋଲି ଜଣାପଡିଛି।
ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକାଙ୍କ ନେତୃତ୍ୱ ରେ ପୁଲିସ ଟିମ କେଡ଼ିଆଙ୍କ ଗୋଦାମ ଘରେ ଚଢ଼ାଉ କରିଥିଲା। ପାୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ପରିମାଣରେ ବାଣ ଜବତ କରିଛି। ଏହି ଟିମ ରେ ଫାଣ୍ତି ଅଧିକାରୀ ଶ୍ରୀ ବିଡ଼ିକାଙ୍କ ସମେତ କନଷ୍ଟେବଳ ଭୁବନେଶ୍ୱରୀ ମାଝୀ,ସଂଜୀବ ସାହୁ, ଜ୍ୟୋତିର୍ମୟ ମହାନନ୍ଦ, କୈଳାସ ପୁଟେଲ ପ୍ରମୁଖ ସାମିଲ ହୋଇଥିଲେ। କିଛିଦିନ ପୂର୍ବେ ବୌଦ୍ଧ ଜିଲାର ବାଣ ବିସ୍ଫୋରଣ ଘଟଣା ସାରାରାଜ୍ୟରେ ଚହଳ ପକାଇ ଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ବର୍ତ୍ତମାନ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ତଳେ ରିଷିଡାରେ ମଧ୍ୟ ଚଢ଼ାଉ କରାଯାଇଥିଲା l