ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନିଷିଦ୍ଧାଞ୍ଚଳରୁ ମାଛ ଧରୁଥିବା ବେଳେ ୨ ଟ୍ରଲର ଜବତ, ୨୦ ମତ୍ସ୍ୟଜୀବୀ ଅଟକ

Published By : Harapriya Sethi | November 10, 2024 9:54 AM

କୋଣାର୍କ,୧୦/୧୧: ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ସମୁଦ୍ର ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ କଟକଣା ଲାଗୁ ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବନବିଭାଗ ଦ୍ବାରା ନିଷିଦ୍ଧାଞ୍ଚଳରୁ ଅଲଗା ଅଲଗା ସମୟରେ ଦୁଇଟି ଟ୍ରଲର ଜବତ କରିଛି । ଉଭୟ ଟ୍ରଲରରୁ ୧୦୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ମାଛ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ୨୦ ଜଣଙ୍କୁ ଅଟକ ରଖା ଯାଇଛି । 

ଅଲିଭି ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ସମୁଦ୍ର ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ କଟକଣା ଲାଗୁ ହୋଇଥିବା ବେଳେ କିଛି ଅମାନିଆ ଏହାକୁ ଅବମାନନା କରିଛନ୍ତି । ଅସ୍ତରଙ୍ଗ ବନବିଭାଗ ଦ୍ବାରା ନିଷିଦ୍ଧାଞ୍ଚଳରୁ ଅଲଗା ଅଲଗା ସମୟରେ ଦୁଇଟି ଟ୍ରଲର ଜବତ କରିଥିଲା ।  ତନ୍ମଧ୍ୟରୁ ପ୍ରଥମ ଟ୍ରଲର ମା ଶାରଳା-୨ ବୋଲି ଜଣାପଡ଼ିଛି । ଟ୍ରଲରର ମାଲିକ ପାରାଦ୍ବୀପ ଅଞ୍ଚଳର ହୋଇଥିବା ବେଳେ ଏହି ଟ୍ରଲରରୁ ୭ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖିବା ସହ ୬୦୭କିଗ୍ରା ମାଛ ଜବତ କରାଯାଇଛି । ଉକ୍ତ ମାଛକୁ ବନବିଭାଗ ପକ୍ଷରୁ ନିଲାମ କରଯାଇଛି । 

ସେହିପରି ଦେବୀ ନଦୀ ମୁହାଣ ନିଷିଦ୍ଧାଞ୍ଚଳରୁ ମା ସର୍ବ ମଙ୍ଗଳା ଟ୍ରଲରଟି ମାଛ ଧରୁଥିବା ବେଳେ ବନ ବିଭାଗ ଟିମ୍ ଏବଂ ଟର୍ଟଲ ସ୍କ୍ୱାର୍ଡ ଉକ୍ତ ଟ୍ରଲରକୁ ଜବତ କରି ୧୩ ଜଣକୁ ଅଟକ ରଖିଛି । ଟ୍ରଲରରୁ ୫୫୦କିଲୋଗ୍ରାମ ମାଛ ଜବତ ହୋଇଛି । ସେଥିମଧ୍ୟରୁ ଏ କ୍ଲାସ ୬୦ କିଲୋଗ୍ରାମ, ବି କ୍ଳାସ ୪୧୦ କିଲୋଗ୍ରାମ, ସି କ୍ଲାସ ୬୦ କିଲୋଗ୍ରାମ, କଙ୍କଡା ୨୦ କିଲୋଗ୍ରାମ ରହିଥିଲା । ଜବତ ଟ୍ରଲର ସର୍ବ ମା ମଙ୍ଗଳା ଟ୍ରଲର ବୋଲି ଅସ୍ତରଙ୍ଗ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର ସୂଚନା ଦେଇଛନ୍ତି । 

ପେଟ୍ରୋଲିଙ୍ଗ ସମୟରେ ବନପାଳ ବବୁଲ ମଲ୍ଲିକ, କାର୍ତ୍ତିକ ମୁଣ୍ଡା, ବନରକ୍ଷୀ ନିର୍ମଳ ଚାଟାର୍ଯ୍ୟଙ୍କ ସହ ୫ଜଣ କଇଁଛ ସୁରକ୍ଷା ଟିମ୍, ଏପିଆର ଫୋର୍ସ ଏହି ଦୁଇଟି ଟ୍ରଲର ସମୁଦ୍ର ଭିତରୁ ଧରିଥିଲେ । ସର୍ବ ମା ମଙ୍ଗଳା ଜବତ ଟ୍ରଲରକୁ ନୂଆଗଡ ଜେଠି ନିକଟକୁ ଆଣିବା ପରେ ଉକ୍ତ ଟ୍ରଲରରୁ ଜବତ ମାଛକୁ ନିଲାମ କରାଯାଇଥିଲା । ଅଲିଭି ରିଡେଲ କଇଁଛଙ୍କ ଆଗମନ ଯୋଗୁଁ ସାମୁଦ୍ରିକ ମାଛଧରା ଉପରେ ବନବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ନଭେମ୍ବର ପହିଲାରୁ କଟକଣା ଜାରି କରାଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.