ଢେଙ୍କାନାଳ, ୨୨।୭ : ୫୫ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ବାଇ ପାସରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇ ପାସର କାଠଗୋଲା ନିକଟରେ ସ୍କୁଟି ଉପରେ ଏକ ଇନୋଭା କାର ଚଢି ଯାଇଛି । ସ୍କୁଟିରେ ଥିବା ୩ଜଣ ଯୁବକଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ମୃତହାତ ମାନଙ୍କ ସଠିକ ପରିଚୟ ମିଳି ପାରିନଥିଲେ ମଧ୍ୟ ସେମାନେ ଜୋରନ୍ଦା କାବେରା ଗ୍ରାମର ବୋଲି ଜଣାପଡିଛି।
ସ୍କୁଟି ଯୋଗେ ୩ ଜଣ ଯୁବକ ବାଇ ପାସରେ କଟକ ଆଡକୁ ଯାଉଥିଲେ। ଏହି ସମୟରେ ପଛରୁ ଇନୋଭା କାରଟି ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ମାଡି ଯାଇଥିଲା। ଘଟଣା ସ୍ଥଳରେ ଜଣେ ଯୁବକ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଥିଲେ। ଗୁରୁତର ୨ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ଇନୋଭା କାର ଡ୍ରାଇଭର ଫେରାର ହୋଇଯାଇଛି। ଟାଉନ ପୁଲିସ ଦୁର୍ଘଟଣା ଘଟାଇ ଥିବା ଇନୋଭା କାର କୁ ଜବତ କରି ତଦନ୍ତ କରୁଛି।
ଆହୁରି ପଢନ୍ତୁ : ଏସି, ଏସ୍ଟି ନିର୍ଯାତନା ମାମଲାର ବିଚାର ପାଇଁ ଗଠନ ହେବ ୬ ସ୍ବତନ୍ତ୍ର କୋର୍ଟ