ଝାରସୁଗୁଡ଼ା, ୧୮।୮: ଝାରସୁଗୁଡ଼ା ବ୍ରଜରାଜନଗର ରେଳ ଷ୍ଟେସନରୁ ୨୦ଟି ଇମ୍ପୋର୍ଟେଡ୍ ପର୍ସିଆନ ବିଲେଇ ଉଦ୍ଧାର ହୋଇଥିବା ଜଣାପଡ଼ିଛି l ମୁମ୍ବାଇ ଶାଲୀମାର ଟ୍ରେନରେ ଛୋଟ ବଡ଼ ମିଶାଇ ମୋଟ୍ ୨୦ଟି ପାର୍ସିଆନ ବିଲେଇକୁ ଏକ ଦମ୍ପତି ମୁମ୍ବାଇରୁ ଆଣି କଲିକତା ସାନ୍ତରାଗାଛିକୁ ନେଇ ଯାଉଥିବା ଆରପିଏଫ ତରଫରୁ ସୂଚନା ମିଳିଛି l
ସାନ୍ତରାଗାଛିର ଏକ ଫାର୍ମରେ ବିକ୍ରି କରିବାର ଉଦ୍ଦେଶ୍ୟରେ ଏହି ବିଦେଶୀ ବିଲେଇଙ୍କୁ ଟ୍ରେନ୍ ଯୋଗେ ଚାଲାଣ ହେଉଥିବା ବ୍ରଜରାଜନଗର ଆରପିଏଫ ଅନୁମାନ କରୁଛି l ମୁମ୍ବାଇ ଶାଲୀମାର ଟ୍ରେନ୍ ରବିବାର ରାତି ପ୍ରାୟ ୨ଟା ୩୦ରେ ବ୍ରଜରାଜନଗର ଷ୍ଟେସନରେ ପହଁଞ୍ଚିବା ପରେ ବିଲେଇ ନେଇ ଯାଉଥିବା ଦମ୍ପତିଙ୍କୁ ଅଟକ ରଖିଥିଲା ଆରପିଏଫ । ଏଥିସହ ବିଲେଇମାନଙ୍କୁ ଉଦ୍ଧାର କରିଥିଲା l ମୁମ୍ବାଇର ଆମୀନ ଶୈୟଦ ନିଜ ସ୍ତ୍ରୀ ଏବଂ ୪ ମାସର ଶିଶୁକୁ ନେଇ ଏହି ବିଲେଇ ନେଇ ଟ୍ରେନ୍ରେ ଯାଉଥିଲେ l ତେବେ କାହିଁକ ଏବଂ କେଉଁ ଉଦ୍ଦେଶ୍ୟରେ ଆମୀନ ଶୈୟଦ ଏହି ବିଲେଇମାନଙ୍କୁ ଟ୍ରେନରେ ନେଇ ଯାଉଥିଲେ ସେନେଇ ଆରପିଏଫ ପକ୍ଷରୁ ତଦନ୍ତ ଚାଲିଛି l